ବଡ଼ସିଂହାର ବେଶରେ ଦର୍ଶନ ଦେଲେ ଧବଳେଶ୍ବର

ଆଠଗଡ଼: ଚତୁର୍ଥ ପଞ୍ଚକରେ ବଡ଼ସିଂହାର ବେଶରେ ଦର୍ଶନ ଦେଇଛନ୍ତି ପ୍ରଭୁ ଧବଳେଶ୍ବର। ମନ୍ଦିର ତୋରଣ ପାଖରେ ହୋଇଥିବା ଏଲଇଡି ପରଦାରେ ଭକ୍ତମାନେ ଧବଳେଶ୍ବରଙ୍କ ସ୍ବତନ୍ତ୍ର ବେଶ ଦର୍ଶନ କରିଛନ୍ତି। ଆଜି ମନ୍ଦିର ପହଡ଼ ଖୋଲା, ମଙ୍ଗଳ ଆଳତି, ୧୦୮ ସୁବାସିତ ଜଳରେ ସ୍ନାନ, ଗଜଭୋଗ ପରେ ବଡସିଂହାର ବେଶ ହୋଇଥିଲା। କିନ୍ତୁ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ପୂଜକ ମାନଙ୍କ ଘରୁ ଗଜଭୋଗ, ବେଲପତ୍ର ଇତ୍ୟାଦି ସଂଗ୍ରହ କରିଥିଲେ।

ପଜୂକମାନେ ବି ନିଜର ଜଜମାନଙ୍କ ଘରକୁ ଯାଇ ଗଜଭୋଗ, ବେଲପତ୍ର ଇତ୍ୟାଦି ବଣ୍ଟନ କରିଥିଲେ। ଆସନ୍ତାକାଲି ଚନ୍ଦ୍ର ଗ୍ରହଣ ଯୋଗୁଁ ମନ୍ଦିରର ନୀତିକାନ୍ତି ରାତି ୨ଟାରୁ ସାଢେ଼ ୫ଟା ମଧ୍ୟରେ କରାଯାଇ ମନ୍ଦିର ବନ୍ଦ ରହିବ ବୋଲି ପୂଜକ ସମିତିର ସଭାପତି ବିଷ୍ଣୁ ଚରଣ ପତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର