ଭଦ୍ରକରେ ମଦ ଦୋକାନ ଖୋଲିବା ନେଇ ଲଟେରୀ ଉଠାଣ, ୫୪ ଜଣଙ୍କୁ ମିଳିଲା ମଦ ଦୋକାନ ଖୋଲିବାକୁ ଅନୁମତି

ଭଦ୍ରକ:  ଭଦ୍ରକରେ ମଦ ଦୋକାନ ଖୋଲିବା ନେଇ ଗତ କିଛି ଦିନ ହେଲା ଅବକାରୀ ବିଭାଗ ପକ୍ଷରୁ ଏହାର ଲାଇସେନସ୍ ପାଇବା ପାଇଁ ଖୋଲା ଲଟେରୀ ଉଠାଣ କରାଯାଉଛି। ଜିଲ୍ଲାରେ ୩୫ଟି  ବିଦେଶୀ ଓ ୧୯ ଟି ଦେଶୀ ମଦ ଦୋକାନ ଖୋଲିବା ନେଇ ଦରଖାସ୍ତ ଆହ୍ବାନ କରାଯାଇଥିଲା। ମୋଟ ୫୪ ଟି ଦୋକାନ ପାଇଁ ୫୭୭ ଜଣ ଆବେଦନକାରୀ ଦରଖାସ୍ତ ପକାଇ ଥିଲେ। ଆଜି ଥିଲା ଲଟେରୀ ଉଠାଣର ତାରିଖ। ନିର୍ଦ୍ଧାରିତ ସମୟରେ ଭଦ୍ରକ ଡିଆରଡିଏ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଲଟେରୀ ଉଠାଣ କରାଯାଇଥିଲା। ୫୭୭ ଜଣ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୫୪ ଜଣଙ୍କର ନାମ ଲଟେରୀ ମାଧ୍ୟମରେ ଉଠାଣ କରାଯାଇଛି, ଯେଉଁମାନଙ୍କ ନାମରେ ଲଟେରୀ ଉଠାଣ କରାଯାଇଛି ସେହିମାନଙ୍କୁ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ପକ୍ଷରୁ ଲାଇସେନସ୍ ପ୍ରାପ୍ତ ହେବ। ଯେଉଁମାନେ ଲାଇସେନସ୍ ପାଇବେ ସେହିମାନେ ହିଁ କେବଳ ମଦ ଦୋକାନ ଖୋଲି ପାରିବେ ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ଗୌତମ ସାହୁ ସମ୍ବାଦକୁ କହିଛନ୍ତି।

ଅତୀତରେ ଯେଉଁମାନେ ମଦ ଦୋକାନ ପାଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ନାମ ଲଟେରୀରେ ଉଠାଣ ହୋଇନାହିଁ। ସେମାନେ ଏବେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ଜଣେ ପୁରୁଣା ମଦ ବେପାରୀ ନିଜର ବେପାରକୁ ପୁଣି  ବଜାୟୀ ରଖିବା ପାଇଁ ୧୦ରୁ ୨୦ ଟି ଲେଖାଏଁ ଫର୍ମ ଆବେଦନ କରିଥିଲେ। ସେମାନଙ୍କର ଗୋଟିଏ କି ଦୁଇଟି ମଦ ଦୋକାନ ଉଠିଛି। କିଛି କିଛି ମଦ ବେପାରୀଙ୍କର ଆଦୌ ଲଟେରୀ ଉଠି ନାହିଁ କିମ୍ବା ତାଙ୍କ ସମର୍ଥନ ଅନ୍ୟମାନଙ୍କ ଦ୍ବାରା ପକାଯାଇଥିବା ଫର୍ମ ଲଟେରୀରେ ଉଠି ନାହିଁ। ଏହିଭଳି କିଛି ମଦ ବେପାରୀଙ୍କର ଏବେ ମୁହଁ ଶୁଖି ଯାଇଛି। ଦୀର୍ଘ୍ୟ ଦିନର ପାଣି ବେପାର ସେମାନଙ୍କର ବନ୍ଦ ହୋଇଯିବ। ମଦ ବିକ୍ରିରୁ ମିଳୁ ଥିବା କଞ୍ଚା ପଇସା ଆଉ କେଉଁ ବେପାରରୁ ମିଳିବ ବୋଲି ଭାଳେଣି ପଡିଛି। ଆଜିର ଏଇ ଲଟେରୀ ଉଠାଣ କରେ କିଛି ଲୋକ ମଦ ଦୁଃଖ କରୁଥିବା ବେଳେ କିଛି ଅନ୍ୟ ଲୋକଙ୍କ ନାମରେ ଲଟେରୀ ଉଠିଥିବା ବେଳେ ସୋମନେ ଏବେ ଖୁସିରେ କୁରୁଳି ଉଠୁଛନ୍ତି।  ବହୁଦିନ  ବାହାରେ ଚୋରାରେ ମଦ ବେପାର ଚଳାଇଥିଲେ। ଏବେ ଲାଇସେନସ୍ ମିଳିଯିବ।  

ସମ୍ବନ୍ଧିତ ଖବର