ମା’ ନୁହେଁ, ମଣିଷ ପ୍ରେମରେ ଭାଲୁଛୁଆ; ସୋସିଆଲ ମିିଡିଆରେ ଭାଇରାଲ

ମାଲକାନଗିରି: ଜଙ୍ଗଲରେ ମା’ ଭାଲୁ ଛୁଆ ଜନ୍ମ ଦେବା ପରେ କେଉଁ ଆଡେ ଚାଲି ଯାଇଥିଲା। ଭାଲୁ ଛୁଆଟି ଗୁରୁଣ୍ଡି ଗୁରୁଣ୍ଡି ମାଆକୁ ଖୋଜି ବୁଲୁଥିଲା। ଏହି ସମୟରେ ଜଙ୍ଗଲରେ ବୁଲୁଥିବା ଅଜିତ ନାରେଟି ନାମକ ଜଣେ ବ୍ୟକ୍ତି। ସେ ଭାଲୁ ଛୁଆଟିକୁ ଆଣି ଘରେ ରଖିଲେ। ତାକୁ ଖାଇବାକୁ କ୍ଷୀର ଦେବା ସହ ତାର ଲାଳନପାଳନ କଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାର ଆଲନନ୍ଦ ଗାଁରେ। ଏହି ଗାଁର ଅଜିତ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛନ୍ତି। ମଣିଷ ଓ ଭାଲୁ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଘୁରିବୁଲିବା ପରେ ବନ ବିଭାଗ ମଧ୍ୟ ତତ୍ପରତା ଦେଖାଇଛି। ଅଜିତ ଜଙ୍ଗଲୀ ଭାଲୁକୁ ବେଶ ପ୍ରେମ କରୁଥିବାବେଳେ ଭାଲୁ ଛୁଆ ମଧ୍ୟ ଅଜିତକୁ ନ ଦେଖିଲେ ରହି ପାରୁନଥିବା ଦେଖିବାକୁ ମିଳିଛି। ଅଜିତଙ୍କୁ ନିଜ ମା’ ବୋଲି ଭାଲୁଛି ଭାଲୁ ଛୁଆଟି।

ତେବେ ବନ ବିଭାଗ ଏହା ଜାଣିବା ପରେ ଅଜିତ ଠାରୁ ଭାଲୁ ଛୁଆକୁ ଛଡାଇ ନେଇ ପୁଣି ଜଙ୍ଗଲରେ ଛାଡିଦେବେ ବୋଲି କହିଛନ୍ତି। ଭାଲୁ ଛୁଆକୁ ବନ ବିଭାଗ ନେଇଯିବେ ବୋଲି ଜାଣିବା ପରେ ଅଜିତର ମନ ଏବେ ଭାଙ୍ଗିପଡିଛି। ତେବେ ଏହା ପୂର୍ବରୁ ବହୁ ଘଟଣା ଏଭଳି ଘଟିଛି। ଜଙ୍ଗଲୀ ଜନ୍ତୁକୁ ମଣିଷ ପୋଷିବା ଏବଂ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ଘଟଣା ଆଜିର ନୁହେଁ। ତେବେ ଏହି ପ୍ରେମ କାହାଣୀ କିନ୍ତୁ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାକୁ ଲାଗିଛି।

ସମ୍ବନ୍ଧିତ ଖବର