ଲଭ, ସେକ୍ସ ଆଉ ବ୍ଲାକମେଲ୍‌: ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ ଅଭିଯୋଗରେ ପ୍ରେମିକ ଅଟକ

ଜୟପୁର: ମହଙ୍ଗା ପଡିଛି ଯୁକ୍ତ ଦୁଇରେ ପଢୁଥିବା ଜଣେ ନାବାଳିକା ପ୍ରେମିକାଙ୍କ ସେକ୍ସ ଓ ପରବର୍ତ୍ତୀ ସମୟରେ ଭିଡିଓ ଉତ୍ତୋଳନ କରି ଭାଇରାଲ କରିବା। ଏହି ଅଭିଯୋଗରେ ଆଜି ଜୟପୁର ଟାଉନ ପୁଲିସ ଜଣେ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରିଛି। ଆସନ୍ତାକାଲି ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ଉପସ୍ଥାପନ କରିବା ପରେ ବ୍ରହ୍ମପୁରସ୍ଥିତ ଜୁଭେନାଇଲ ସୁଧାରଗୃହକୁ ପଠାଯିବ। ନାବାଳିକା ଜଣକ ଜୟପୁର ସହରର ହୋଇଥିବାବେଳେ ଅଭିଯୁକ୍ତ ନାବାଳକ ଜଣକ କେନ୍ଦ୍ରାପଡାର। ସେ ଏହିଠାରେ ପିଉସା ଘରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ପୁଲିସ ଏନେଇ ପରିବାର ବର୍ଗଙ୍କ ଠାରୁ ଅଭିଯୋଗ ପାଇବା ପରେ ୨୮୧/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ ଲକଡାଉନ ସମୟରେ ପ୍ରଥମେ ଉକ୍ତ ନାବାଳିକାଙ୍କ ସହ ପ୍ରେମ ରଖିଥିଲେ ଉକ୍ତ ନାବାଳକ। ପରେ ଶାରୀରିକ ସମ୍ପର୍କ ରଖି ଅଶ୍ଳୀଳ ଭିଡିଓ ଓ ଫଟୋ ଉତ୍ତ‌ୋଳନ କରିଥିଲେ। ଏହି ଭିଡିଓ ଓ ଫଟୋ ଭାଇରାଲ କରିଦେବା କହି ନାବାଳିକାଙ୍କୁ ବାରମ୍ବାର ଘରକୁ ଡାକୁଥିଲେ। କିନ୍ତୁ ନାବାଳିକ ଜଣକ ନ ଆସିବାରୁ ଏକ ୱାଟସଆପ ଗ୍ରୁପରେ ଭିଡିଓ ଓ ଫଟୋ ଭାଇରାଲ କରିଦେଇଥିଲେ। କୌଣସି ମତେ ଏହି ଖବର ପରିବାରବର୍ଗ ଜାଣିବା ପରେ ଝିଅକୁ ପଚରାଉଚରା କରିଥିଲେ। ପରେ ଝିଅ ରାଗି କରି ରାଜ୍ୟ ବାହାରକୁ ପଳାଇଥିଲା। ସେଠାରୁ ବହୁ କଷ୍ଟରେ ଝିଅକୁ ବୁଝାଇ ଆଣିଥିଲେ ପରିବାରବର୍ଗ। ପରେ ପରିବାରବର୍ଗ ଝିଅକୁ ବୁଝାସୁଝ‌ା କରିବା ପରେ ଘଟଣା ସମ୍ପର୍କରେ ଝିଅ ସତ କହିଥିଲା। ଉକ୍ତ ନାବାଳକ ଜଣକ ଝିଅଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବ ବୋଲି କହି ବ୍ଲାକମେଲ୍‌ କରୁଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଖାଲି ସେତିକି ନୁହେଁ ଉକ୍ତ ନାବାଳକର ମୋବାଇଲ ଫୋନ ଜବତ କରିବା ପରେ ଏହିଠାରୁ ଜୟପୁର ସହର ଏକାଧିକ କଲେଜ ପଢୁଆ ନାବାଳିକା ଝିଅଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ବାହାରିଥିଲା। ଏଥିରେ ସମ୍ପୃକ୍ତି ଥିବା କିଛି ଯୁବକଙ୍କୁ ପୁଲିସ ଚିହ୍ନଟ କରିଥିବାବେଳେ ସେମାନଙ୍କୁ ମଧ୍ୟ ଉଠାଇ ପଚରାଉଚରା କରୁଥିବା ଜଣା ପଡିଛି। ଏନେଇ ଟାଉନ ଆଇଆଇସି ବାଲେଶ୍ବର ଗିଧି କହିଛନ୍ତି ଯେ ଅଭିଯୋଗ ପାଇବା ପରେ ଆମେ ଏକ ମାମଲା ରୁଜୁ କରିଥିଲୁ। ଏଥିରେ ସମ୍ପୃକ୍ତ ଥିବା‌ ନାବାଳକଙ୍କୁ ଉଠାଇ ପଚରାଉଚରା କରିବା ପରେ ସବୁ ସତ କହିଥିଲା। ତାକୁ ଅଟକ ରଖାଯାଇଥିବାବେଳେ ଆସନ୍ତାକାଲି ଜୁଭେନାଇଲ ବୋର୍ଡ ନିକଟରେ ଉପସ୍ଥାପନ କରାଯିବ ଓ ବ୍ରହ୍ମପୁର ସୁଧାରଗୃହକୁ ପଠାଯିବାକୁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

 

 

 

ସମ୍ବନ୍ଧିତ ଖବର