ଫେସବୁକରୁ ଆରମ୍ଭ ହୋଇଥିବା ପ୍ରେମ ପ୍ରତାରଣାରେ ଶେଷ: ପ୍ରେମିକାଙ୍କ ଅଭିଯୋଗ ପରେ ପ୍ରେମିକ ଗିରଫ

ତେନ୍ତୁଳିଖୁଣ୍ଟି : ଫେସବୁକ ରୁ ଆରମ୍ଭ ହୋଇଥିଲା ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରେମ | ତେବେ ପ୍ରେମିକାଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ପ୍ରେମିକ | ପରେ ବିବାହ କରିବାକୁ ମନା କରିବା ପରେ ଥାନାର ଦ୍ୱାରସ୍ତ ହୋଇଛନ୍ତି ପ୍ରେମିକା | ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକ ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି | ପ୍ରତାରଣାର ଶିକାର ହୋଇଥିବା ପ୍ରେମିକା ଜଣକ ଥାନାର ଦ୍ୱାରସ୍ତ ହୋଇଥିଲେ |

ଆଉ ପ୍ରେମିକାଙ୍କ ଅଭିଯୋଗକୁ ଭିତିକରି ପୁଲିସ ଘଟଣାର ତଦନ୍ତ ପରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ସୂଚନା ଅନୁଯାୟୀ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡା ଗ୍ରାମର ଯୁଧିଷ୍ଠିର ମାଳି (୨୪) ଙ୍କର ସେହି ବ୍ଲକର ଜଣେ ୨୪ ବର୍ଷୀୟ ଯୁବତୀଙ୍କ ସହ ଫେସବୁକ ମାଧ୍ୟମରେ ପରିଚୟ ସୃଷ୍ଟି ହୋଇଥିଲା | ଦେଢ଼ ବର୍ଷ ତଳେ ଆରମ୍ଭ ହୋଇଥୁବା ଫେସବୁକ ସମ୍ପର୍କ ଦୁଇଜଣଙ୍କୁ ପ୍ରେମ ବନ୍ଧନରେ ବାନ୍ଧିଥିଲା | ଉଭୟେ ଉଭୟଙ୍କୁ ଭଲ ପାଇ ବସିଲେ | ଏମିତିକି ଉଭୟେ ବିବାହ କରିବାର ନିଷ୍ପତ୍ତି ମଧ୍ୟ ନେଇଥିଲେ | ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ଶାରୀରିକ ସମ୍ପର୍କ | ହେଲେ ପ୍ରେମିକର ଛଳନା ପ୍ରେମକୁ ବୁଝି ପାରିନଥିଲା ପ୍ରେମିକା |

ଯେତେବେଳେ ପ୍ରେମିକା ଜଣକ ବିବାହ ପାଇଁ କହିଥିଲା ସେତେବେଳେ ପ୍ରେମିକ ମନା କରିଦେଇଥିଲା | ଶେଷରେ ପ୍ରତାରିତ ପ୍ରେମିକା ଜଣକ ତେନ୍ତୁଳିଖୁଣ୍ଟି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି | ଅଭିଯୋଗକାରିଣୀ ପ୍ରେମିକାଙ୍କ ଏତଲାକୁ ଆଧାର କରି ପୁଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଥିଲା | ଆଜି ଉଭୟଙ୍କ ଡାକ୍ତରୀମାଇନା ପରେ ଅଭିଯୁକ୍ତ ପ୍ରେମିକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି |

ସମ୍ବନ୍ଧିତ ଖବର