ଧଉଳି:ଗତ ଦୁଇଦିନ ତଳେ ଧଉଳି ଅଞ୍ଚଳରୁ ଫେରାର ପ୍ରେମୀଯୁଗଳଙ୍କୁ ଧଉଳି ପୁଲିସ ପୁରୀରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ତେବେ ଏହି ପ୍ରେମୀ ଯୁଗଳ ସାବାଳକ ହୋଇଥିବାରୁ ପୁଲିସ ସେମାନଙ୍କ ବୟସ ପ୍ରମାଣପତ୍ର ଯାଞ୍ଚ କରି ବିବାହ କରିବା ପାଇଁ ପରାମର୍ଶ ଦେଇ ଛାଡ଼ି ଦେଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଉଭୟ ଯୁବକ ଓ ଯୁବତୀ ଧଉଳି ଥାନା ଅଞ୍ଚଳର । ଦୀର୍ଘଦିନ ହେବ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା।

Advertisment

ହେଲେ ଉଭୟ ଭିନ୍ନ ଜାତିର ହୋଇଥିବାରୁ ପରିବାର ଲୋକ ସେମାନଙ୍କ ବିବାହକୁ ବିରୋଧ କରି ଆସୁଥିଲେ । ଶେଷରେ ସଂପୃକ୍ତ ପ୍ରେମୀଯୁଗଳ ୧୩ ତାରିଖ ପୂର୍ବାହ୍ନରେ ଗ୍ରାମରୁ ଫେରାର ହୋଇଯାଇଥିଲେ । ଆଉ ଏହାକୁ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ଉଭୟଙ୍କୁ ଖୋଜିଥିଲା | ଉଭୟ ପୁରୀରେ ଥିବାର ଜାଣିବା ପରେ ପୁଲିସ ଉଭୟଙ୍କୁ ଉଦ୍ଧାର କରିଛି |