ପ୍ରେମୀ ଯୁଗଳଙ୍କ ବିଷ ପାନ କରି ଗୁରୁତର : ଉଦ୍ଧାର କଲେ ସ୍ବେଚ୍ଛାସେବୀ ଯୁବକ 

ଅମ୍ବାଭୋନା  : ଛତିଶଗଡ ରୁ ପ୍ରେମୀ ଯୁଗଳ  ଚାଳି ଆସି ଅମ୍ବାଭୋନା ର ପ୍ରକାଶପୁର ଠାରେ  ବିଷ ପାନ କରି ଗୁରୁତର ହୋଇଥିବା  ଘଟଣା ଘଟିଛି । ପ୍ରାପ୍ତ ଖବର ରୁ ଜଣାଯାଏ ଯେ  ଆଜି ସକାଳ ୧୧ ଟାରେ ଛତିଶଗଡ ରାୟଗଡ ଜିଲ୍ଲା ଅନ୍ତର୍ଗତ ପୁଷୌର ଥାନା ଅଧିନସ୍ଥ ବାରାଡୋଲା ଗ୍ରାମ ର ବାଲେଶ୍ବର ପ୍ରଧାନ ଙ୍କ ବିବାହିତ ପୁତ୍ର ଅଭିପ୍ରଧାନ (୩୨) ଓ ସେହି ଗ୍ରାମ ର ଦେବାନନ୍ଦ ବାରିକ କନ୍ୟା ମନୀଷା ବାରିକ (୨୧) ପ୍ରେମ ଯୁଗଳ ଗାଁ ରୁ ଫେରାର ମାରି ଆସିଥିଲେ । କିନ୍ତୁ ଏହି ପ୍ରେମୀ ଯୁଗଳ ଙ୍କ ପ୍ରେମ ସଂପର୍କକୁ ଉଭୟ ପରିବାର ଲୋକେ ବିରୋଧ  କରୁଥିବାରୁ ଦୁଃଖ ରେ ଭାଙ୍ଗି ପଡି ବିଷ ପାନ କରିଦେଇଥିଲେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି । କୌଣସି ସୁତ୍ର ରୁ ଖବର ପାଇ ସ୍ଥାନୀୟ ସ୍ବେଚ୍ଛାସେବୀ ଯୁବକ ଘଟଣାସ୍ଥଳ କୁ ପହଞ୍ଚି ପ୍ରେମୀ ଯୁଗଳ  ବିଷ ପାନ କରି ମୁର୍ମଷ୍ଣ ଅବସ୍ଥାରେ ପଡିଥିବା ଅବସ୍ଥାରେ ଉଦ୍ଧାର କରି ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟ ପରିବାର ଲୋକେ ଖବର ଡାକ୍ତରଖାନା କୁ ପହଞ୍ଚିଥିଲେ । କିନ୍ତୁ ଅବସ୍ଥା ସଂକଟାପନ୍ନ ହେତୁ ପ୍ରେମୀ ଯୁଗଳ କୁ ବରଗଡ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ନେଇ ସଂଗ୍ରହ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଳଟିଛି ।

ସମ୍ବନ୍ଧିତ ଖବର