ଲକଡାଉନ କୋହଳ ପରେ ବି ଅଟୋ ଓ ରିକ୍ସା ଚାଳକ ଦୁର୍ଦ୍ଦିନରେ, ହାତବାନ୍ଧି ବସିଛନ୍ତି ଚାଳକ, ଦୋହଲି ଗଲାଣି ଆର୍ଥିକ ସ୍ଥିତି କରୋନାକଳାହାଣ୍ଡିଜିଲ୍ଲା By Sambad Digital Last updated Apr 21, 2020 ସେୟାର ଭବାନୀପାଟଣା: ଲକଡାଉନ କୋହଲ ହେବା ପରେ ମଧ୍ୟ କଳାହାଣ୍ଡି ଜିଲ୍ଲାର ଅଟୋ ଓ ରିକ୍ସା ଚାଳକ ଲୋକେ ଘରୁ ବାହାରୁ ନ ଥିବା ଯୋଗୁଁ ହାତବାନ୍ଧି ବସିଛନ୍ତି । ଗତ ଏକ ମାସ ଧରି ଅଟୋ ଓ ରିକ୍ସା ବନ୍ଦ ଥିବା ଯୋଗୁଁ ରୋଜଗାର ଠପ ହୋଇ ପଡିଛି । ଫଳରେ ସେମାନଙ୍କ ଆର୍ଥିକ ସ୍ଥିତି ଦୋହଳିବାରେ ଲାଗିଛି । ପରିବାର ଲୋକଙ୍କୁ ଦିଓଲି ଖାଇବାକୁ ଗଣ୍ଡେ ଦେବାକୁ ସେମାନେ ନାକେଦମ ହୋଇପଡିଛନ୍ତି । କରୋନା ମହାମାରୀ ର ଭୟଙ୍କର ରୂପ ରେ ବାଦ ପଡିନି କଳାହାଣ୍ଡି ଅଟୋ ଓ ରିସ୍କା ଚଳକଙ୍କ ବେପାର । କଳାହାଣ୍ଡିରେ ୨୦୦୦ରୁ ଉର୍ଦ୍ଧ୍ବ ଅଟୋ ଓ ୫୦୦ରୁ ଉର୍ଦ୍ଧ୍ବ ରିକ୍ସା ଥିଲା ବେଳେ ମେଡିକାଲ କାମ ପାଇଁ ଗୋଟିଏ ଦୁଇ ଟି ଛାଡି ଅନ୍ୟ ସବୁ ଗଡୁନି ରାସ୍ତାରେ। କରୋନାକୁ ପ୍ରତିହାତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧି ବଢେଇବା ପରେ ଆଜିକୁ ପ୍ରାୟ ୨୮ ଦିନ ହେବ ଅଟୋ ଓ ରିକ୍ସା ଚକ ଗଡିନି । କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୨୦୦୦ରୁ ଅଧିକ ଅଟୋ ଥିଲା ବେଳେ ଅଟୋ ଗଡ଼ିଲେ ସେମାନଙ୍କ ପରିବାର ପ୍ରତିପୋଷଣ ହୁଏ । ଏହି ଲକଡାଉନ ସମୟରେ କିଛି ଅଟୋ ଚାଳକ ପରିବାର ସରକାରଙ୍କ ଠାରୁ ୩ମାସ ଅଗ୍ରୀମ ଚାଉଳ ସାଙ୍ଗକୁ ୧୦୦୦ଟଙ୍କା ଆର୍ଥିକ ସାହାଯ୍ୟ ପାଇଥିଲାବେଳେ ବହୁ ପରିବାର ଏଥିରୁ ବଞ୍ଚିତ ହୋଇଛନ୍ତି। ବ୍ୟାଙ୍କରୁ ଋଣ କରିଥିବା ଅଟୋ ଚାଳକମାନଙ୍କୁ ଋଣ ପରିଶୋଦ ସେମାନଙ୍କ ମୁଣ୍ଡରେ ଚଡକ ପଡିଛି । ଏହି ସମୟରେ ଅଟୋ ଚଳକଙ୍କ ପରିବାର ପୋଷଣରେ ଅସୁବିଧା ହୋଇଥିବାବେଳେ ଗୋଟିଏ ଦୁଇଟି ଅଟୋ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ନେବେ ଆଣିବା ଗୁଜୁରାଣ ମେଣ୍ଟାଉଛନ୍ତି। ସେହିଭଳି ରିକ୍ସା ଚାଳକଙ୍କ କଥା ଆହୁରି ସାଙ୍ଘାତିକ ଅଟେ । କଳାହାଣ୍ଡି ଜିଲ୍ଲାରେ ଲୋକଙ୍କୁ ମାଲ ନେବା ଆଣିବା କରିବା ପାଇଁ ରିକ୍ସା ଚାଳକ ମାନେ ମୁଖ୍ୟ ଭୂମିକା ବହନ କରିଥାନ୍ତି । ଭବାନୀପାଟଣା ସହରରେ ଦୈନିକ ୫୦୦ରୁ ଅଧିକା ରିକ୍ସା ଚାଳୁଥିଲା ବେଳେ ଏବେ ଏହି ଲକଡାଉନ ପାଇଁ କଁଭାଁ ପରିବାବିକାଳୀ ମାନେ ରିକ୍ସା ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଦୁଇ ଓଳି ଗଣ୍ଡେ ଖାଇବା ପାଇଁ ସରକାର ସାହାଯ୍ୟ ର ହାତ ନ ବଢ଼େଇଲେ ସେମାନଙ୍କ ଆହୁରି ସଙ୍ଗୀନ ହୋଇ ପଡିବେ । ରିକ୍ସା ଚାଲୁ ନ ଥିବା ଯୋଗୁଁ ପରିବାର ପ୍ରତିପୋଷଣ ରେ ଦୁର୍ବିସହ କଷ୍ଟ ଭୋଗୁଛନ୍ତି । ଦିନକୁ ୨୦୦ରୁ ଅଧିକା ଟଙ୍କା ଉପାର୍ଜନ କରୁଥିଲା ରିକ୍ସା ଚାଳକ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଅଟୋ ଚାଳକମାନେ ମାସିକ ୫୦୦୦ ଟଙ୍କା ଦାବି କରିଥିବା ବେଳେ ରିକ୍ସା ଚାଳକ ମାନେ ମଧ୍ୟ ସରକାରୀ ସହାୟତା ଅପେକ୍ଷାରେ ଅଛନ୍ତି । ରାଜ୍ୟ ସରକାର ତୁରନ୍ତ ଅଟୋ ଓ ରିକ୍ସା ଚାଳକଙ୍କୁ ସହାୟତାର ହାତ ନ ବଢ଼ାଇଲେ ସେମାନଙ୍କ ଅଵସ୍ଥା ଅତ୍ୟନ୍ତ ସାଂଘାତିକ ହୋଇପଡିବ ବୋଲି ସାଧାରଣରେ ଦାବି ହୋଇଛି ।