ଡରାଉଛି ଲୁଣା-କରାଣ୍ଡିଆ ନଦୀ, ୧୫୦ ପରିବାର ଜଳବନ୍ଦୀ ହେବା ପରେ ଲୋଡିଲେ ପ୍ରଶାସନିକ ସହାୟତା

କେନ୍ଦ୍ରାପଡା: ପଶ୍ଚିମ ଓଡ଼ିଶାରେ ବନ୍ୟା ଯୋଗୁଁ ମହାନଦୀ ଓ ତାହାର ଶାଖା ନଦୀଗୁଡ଼ିକରେ ବନ୍ୟା ଜଳସ୍ତର ବଢୁଛି । ଲୁଣା ଓ କରାଣ୍ଡିଆ ନଦୀ ଅବବାହିକାର ଡିହବଳରାମପୁର ଗାଁରେ ବନ୍ୟାର ତାଣ୍ଡବ ରୂପ ଗୁରୁବାର ଦେଖିବାକୁ ମିଳିଛି। ଗାଁର ୮, ୯, ଓ ୧୦ ନମ୍ବର ଓ୍ଵାର୍ଡ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି। ଲୋକେ ଘରୁ ବାହାରି ପାରୁ ନାହାନ୍ତି। ପ୍ରାୟ ୧୫୦ ପରିବାର ଜଳବନ୍ଦୀ ହୋଇଛନ୍ତି। ବନ୍ୟାପୀଡିତ ପ୍ରଶାସନର ହସ୍ତକ୍ଷେପ ଲୋଡିଛନ୍ତି।

ସମ୍ବନ୍ଧିତ ଖବର