ସହଦେବଖୁଣ୍ଟା: ବାଲେଶ୍ଵର ସହଦେବଖୁଣ୍ଟା ମଡେଲ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରେ ଛିନତାଇ କରିବା ସହ ଲୋକଙ୍କ ପାଖରୁ ଡକାୟତି କରୁଥିଲେ। ଏମାନଙ୍କ ନାମରେ ଖନ୍ତାପଡ଼ା, ସହଦେଵଖୁଣ୍ଟା, ସଦର, ଟାଉନ ଥାନାରେ ପୂର୍ବରୁ ମାମଲା ଥିବା ଜଣାପଡିଛି। ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୬ ଟି ମୋବାଇଲ ୫ ଟି ବାଇକ୍, ଦୁଇଟି ଖଣ୍ଡା, ଟୟ ଗନ୍, ଟାବଲେଟ ଓ ୫ ହଜାର ଟଙ୍କା ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନଙ୍କ ନାମରେ ୧୦ରୁ ଉର୍ଦ୍ଧ୍ଵ ଚୋରୀ ମାମଲା ରହିଛି। ଗତ ୧ ତାରିଖ ଦିନ ରେମୁଣା ଗୋଲେଇ ସ୍ଥିତ ଆଇଡ଼ିଏଫସି ଫାଷ୍ଟ ବ୍ୟାଙ୍କର କର୍ମଚାରୀ ପ୍ରତାପ କୁମାର ବାରିକ ବ୍ୟାଙ୍କ କାମରେ ବୁଆଁଳ ଗ୍ରାମରୁ ଫେରୁଥିବା ବେଳେ ନହରପାଟଣା ପୋଲ ନିକଟରେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ଭୁଜାଲି ଓ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ମୋବାଇଲ ଫୋନ, ଟାଵଲେଟ, ପେନଡ୍ରାଇଭ ସହିତ ତିନି ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ସେ ସହଦେଵଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା।
ଏହାପରେ ଏହି ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଥିଲା। ଏହି ଗ୍ୟାଙ୍ଗ ଟ୍ରକ ଅଟକାଇ ଡକାୟତି କରିବା ସହ ଲୋକଙ୍କ ପକ୍ଷରୁ ଖେଳନା ବନ୍ଧୁକ ଦେଖାଇ ଲୁଟ କରୁଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ କହଁରାକୁଡ଼ କାଜିବାଗର ରବିନ୍ଦ୍ର ଜେନା ଓରଫ ରୁନା ଓ ବିପିନ ଜେନା, ସହଦେବ ଖୁଣ୍ଟା ଥାନାର ଚୁନଭାଟିର ଅଶିତ କମିଳା ଓରଫ ଟୁନା, ଦରଜୀପୋଖରୀ ଅଞ୍ଚଳର ମଧୁସୂଦନ ପଟା ଓରଫ୍ ମୁନ୍ନା, ରାଣୀପାଟଣା ଅଞ୍ଚଳର ମାନସ କୁମାର ଜେନା ଓରଫ୍ ରାଜୁ ଓ ଆଦିତ୍ୟ ସେନାପତି ଓରଫ୍ ଗବର ଏବଂ ଟାଉନ ଥାନାର ଅନ୍ନପୂର୍ଣ୍ଣା ଗଳିର ସେଖ୍ ରମଜାନ୍ ଓରଫ୍ ରାମୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/xaaa-1.png)