ବିନା ଭକ୍ତରେ ହେବ ମା’ ବିରଜାଙ୍କ ରଥଯାତ୍ରା, ୮ ଦିନ ବ୍ୟାପୀ ଅପରାହ୍ଣରେ ରହିବ ୧୪୪ ଧାରା

ମାଙ୍କୁ ସାଧାରଣ ଦର୍ଶନ କରିପାରିବେ ଭକ୍ତ

ଯାଜପୁର:  ଚଳିତ ବର୍ଷ ଦୁର୍ଗୋତ୍ସବ ଅବସରରେ  ବିନା ଭକ୍ତରେ  ଗଡିବ ମା’ ବିରଜା ଙ୍କ ସିଂହଧ୍ବଜ ରଥ । ଚଳିତ ବର୍ଷ  ୯ ଦିନ ପରିବର୍ତ୍ତେ  ୮  ଦିନ ବ୍ୟାପି ଅନୁଷ୍ଠିତ  ଏହି ରଥ ଯାତ୍ରାରେ ସେବାୟତ ଓ  ପୁଲିସ ସହଯୋଗରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି  ଜିଲ୍ଲାପାଳ ସୂଚନା ଦେଇଛଛନ୍ତି। ଅନ୍ୟ ପଟେ  କୋଭିଡ କଟକଣା  ଲାଗି ଭକ୍ତଙ୍କ  ମନ୍ଦିର ଦର୍ଶନ ଓ ରଥଟଣାକୁ ଦୁଇଟି ପର୍ଯ୍ୟାୟରେ ଭାଗ କରାଯାଇଛି ।   ଆସନ୍ତା ୬ ତାରିଖ ଠାରୁ   ୧୩ ତାରିଖ ପର୍ଯ୍ୟନ୍ତ ମନ୍ଦିର  ଓ ମନ୍ଦିର ଚାରିପଟେ  ୧୪୪ ଧାରା ଲାଗୁ କରାଯାଇଛି। ପ୍ରତ୍ୟେକ ଦିନ ଅପରାହ୍ନ ୨ରୁ ପରଦିନ  ସକାଳ ୫ ଟା ପର୍ଯ୍ୟନ୍ତ  ଏହି କଟକଣା ରହିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ସବୁ ଦିନ ପରି ଶ୍ରଦ୍ଧାଳୁମାନେ ସକାଳ ୫ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ମା’ଙ୍କ ଦର୍ଶନ କରିପାରିବେ। ସେହିପରି ରଥକୁ ଦୂରରୁ ରହି ଦର୍ଶନ କରିପାରିବେ। ତେବେ ରଥ ନିକଟକୁ ଯିବା ଏବଂ ସେଠାରେ ପୂଜାର୍ଚ୍ଚନାକୁ ବାରଣ କରାଯାଇଛି। ରଥ ଚାରିପଟେ ବ୍ୟାରିକେଟ କରାଯିବାକୁ ସ୍ଥିର ହୋଇଛି। ସେହିପରି ଦଶହରା ଅବସରାରେ ମାଙ୍କର ପାଦ ଦର୍ଶନର ବିଧି ରହିଥିବା ବେଳେ ଚଳିତ ବର୍ଷ ପ୍ରଶାସନ ତାହାକୁ ବନ୍ଦ ରଖିଛି।  ଏହି ନେଇ ମନ୍ଦିର ପ୍ରଶାସନ ,ସେବାୟତ ପରିଷଦ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଏପରି ନିଷ୍ପତ୍ତି ନେଇଛି।    କରୋନା କଟକଣା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏଭଳି ନିଷ୍ପତ୍ତିକୁ ମନ୍ଦିର ସେବାୟତ ପରିଷଦ  ସଭାପତି ଦେବୀ ପ୍ରସାଦ ପାଣି ସ୍ୱାଗତ କରିଛନ୍ତି।

ସମ୍ବନ୍ଧିତ ଖବର