ମା’ଘର ଶାନ୍ତି ସେନା ଭଙ୍ଗା ଯିବା ଘଟଣାରେ ରାଜ୍ୟ ସଭାପତିଙ୍କୁ ଜବାବ ଦେଲା ପୁରୁଣା କମିଟି

ମାଲକାନଗିରି: ଗତକାଲି ମା’ଘର ଶାନ୍ତି ସେନାର ଫାଉଣ୍ଡେସନ ଟ୍ରଷ୍ଟର ରାଜ୍ୟ ସଭାପତି ଋତୁପୂର୍ଣ୍ଣା ମହାନ୍ତି ମାଲକାନଗିରି ଜିଲ୍ଲାର ମା ଘର ଶାନ୍ତି ସେନା କମିଟିକୁ ଭାଙ୍ଗି ନୂତନ ଶାନ୍ତି ସେନା ଗଠନ କରିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏଥିସହ ନୂତନ କମିଟି କର୍ମକର୍ତ୍ତାଙ୍କୁ ମଧ୍ୟ ଚୟନ କରିଥିଲେ। ଏହାର ଗୋଟିଏ ପରେ ଆଜି ପୁରୁଣା ମା’ ଘର ଶାନ୍ତି ସେନା କମିଟିର ସଭାନେତ୍ରୀ ସହ ସମସ୍ତ ସଦସ୍ୟା ସାମ୍ବାଦିକ ସମ୍ମିଳନୀ ଡାକି ଶାନ୍ତି ସେନାର ରାଜ୍ୟ ସଭାପତି ଋତୁପୂର୍ଣ୍ଣା ମହାନ୍ତିଙ୍କୁ ଉଚିତ ଜବାବ ଦେଇଛନ୍ତି। ପୁରୁଣା କମିଟିରୁ ଆମେ ବହୁ ପୂର୍ବରୁ ଇସ୍ତଫା ଦେବା ପରେ ଆମେ ମା ଘର ସୁରକ୍ଷା କମିଟିର କର୍ମକର୍ତ୍ତା ଭାବେ କାମ କରୁଥିବା କହିଥିଲେ ସଭାନେତ୍ରୀ ପ୍ରଶାନ୍ତୀଲତା ବିଷୋୟୀ ଏବଂ ସଂପାଦିକା ଦୁଲାଲୀ ଥଣ୍ଡର। ଏମାନଙ୍କର କହିବା ହେଲା ଆମେ ମା’ ଘରର କର୍ମକର୍ତ୍ତା ହୋଇ ଗତ ୮ ରୁ ୯ ବର୍ଷ ଋତୁପୂର୍ଣ୍ମା ମହାନ୍ତିଙ୍କ ସହ ମିଶି ସାମାଜିକ କାର୍ଯ୍ୟକ୍ରମ କରିଆସୁଥିଲୁ। ଯେମିତି ହାତୀର ବାହାର ଦାନ୍ତ ସମସ୍ତେ ଦେଖନ୍ତି, କିନ୍ତୁ ଭିତର ଦାନ୍ତକୁ ଦେଖି ପାରନ୍ତି ନାହିଁ।ସେହିପରି ଭାବେ ଶ୍ରୀମତୀ ମହାନ୍ତିଙ୍କ ଅସଲି ଚେହେରା ଜାଣିବା ବହୁ କଷ୍ଟକର ବୋଲି କହିଥିଲେ।

ତାଙ୍କ ପ୍ରକୃତ ରୂପ ଜାଣିବାରେ ଆମକୁ ବହୁ ବିଳମ୍ବ ଲାଗିଲା। ଆମେ ଅନ୍ୟ ସଙ୍ଗଠନରେ ଯୋଗ ଦେଇନଥିଲୁ। କିନ୍ତୁ ଶ୍ରୀମତୀ ମହାନ୍ତିଙ୍କ ଅମାନବିକତା କାର୍ଯ୍ୟକଳାରେ ଅତିଷ୍ଠ ହୋଇ ଆମେ ଅନ୍ୟ ସଙ୍ଗଠନରେର ଯୋଗ ଦେଲୁ। କରୋନା ପୂର୍ବରୁ ଆମେ ସଦସ୍ୟା ବାବଦକୁ ଟଙ୍କା ନିୟମିତ ଦେଇ ଆସୁଥିଲୁ। ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଭୁବନେଶ୍ବର ଯାଉଥିଲୁ ଏବଂ ତାଙ୍କୁ ଟଙ୍କା ମଧ୍ୟ ଦେଇ ଆସୁଥିଲୁ। ମା’ ଘର ଫାଉଣ୍ଡେସନ ଏକ ସାମୁହିସ ସଂସ୍ଥା। କିନ୍ତୁ ତାଙ୍କୁ ବହୁତ ଅନୁରୋଧ କଲାପରେ ମଧ୍ୟ ଓଡିଶାର କୌଣସି କର୍ମକର୍ତ୍ତା ଟ୍ରଷ୍ଟର ପଞ୍ଜିକରଣ ସଂଖ୍ୟା ଦେଇନଥିବାରୁ ଆମ ମନରେ ବହୁ ପ୍ରଶ୍ନ ସୃଷ୍ଟି ହୋଇଥିଲା। କରୋନା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ବେଳେ ଆମେ ମାଲକାନଗିରି ଜିଲ୍ଲାରେ ସୁଖିଲା ଖାଦ୍ୟ, ସାନିଟାଇଜର, କରୋନା ସଚେତନତା କରାଉଥିଲୁ। ଏହି ସମୟରେ ଋତୁପୂର୍ଣ୍ଣ ମହାନ୍ତି ଆମକୁ ଅଧିକାରୁ ଅଧିକା ସଦସ୍ୟାଙ୍କୁ ଯୋଗାଡ କରି ମେମ୍ବର ଫିଜ୍ ଦେବାକୁ ବାଧ୍ୟ କରୁଥିଲେ। ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କଲେ ସେ କେବେ ମଧ୍ୟ ଫୋନ ଉଠାନ୍ତି ନାହିଁ କି କଲବେକ କରନ୍ତି ନାହିଁ। କିଛି ଶାନ୍ତ ସରଳ ଲୋକଙ୍କୁ ନେଇ ସେ ସମାଜସେବୀ ବନିଛନ୍ତି। ଯେ କୌଣସି ଉପାୟରେ ବି ସେ ଟଙ୍କା ରୋଜଗାର କରିବା ତାଙ୍କର ମୂଳ ଲକ୍ଷ୍ୟ। ବିଗତ ଦିନରେ ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ବାସ କରୁଥିବା ଭାସ୍କର ବେହେରା ଏକ ସ୍ବୟଂ ସହାୟକ ଗୋଷ୍ଠୀର ଛତୁଆକୁ ନିଜେ ତିଆର କରି ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଉଥିଲେ। ତେବେ କୌଣସି କାରଣରୁ ତାଙ୍କର ଛତୁଆକୁ ଜିଲ୍ଲା ପ୍ରଶାସନ କାଟି ଦେଇଥିଲେ।

ତେବେ ଋତୁପୂର୍ଣ୍ଣା ମହାନ୍ତି କିନ୍ତୁ ଆମକୁ ସବୁବେଳେ କିପରି ଭାସ୍କର ବେହେରା ଛତୁଆ ପୁଣି ପାଇବେ ସେଥିପାଇଁ ମା’ ଘରର ସମସ୍ତ ସଦସ୍ୟା ଜିଲ୍ଲାପାଳଙ୍କୁ ଭେଟି ଦାବି କରିବାକୁ କହୁଥିଲେ।ଏତିକିରେ କଥା ସରିନାହିଁ ଯଦି ଜିଲ୍ଲାପାଳ ନମାନନ୍ତି ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୦୦ରୁ ଉର୍ଦ୍ଧ୍ବ ମହିଳାଙ୍କୁ ନେଇ ଅନସନ କର। ତେବେ ଏଥିରୁ ଋତୁପୂର୍ଣ୍ଣା ମହାନ୍ତିଙ୍କର କଣ ସ୍ବାର୍ଥ ଅଛି ତାହା ସମସ୍ତେ ଜାଣିଯିବେ।ଆମେ ଧାରଣାରୁ ଓହରି ଯାଇଥିଲୁ। ଯେଉଁଥିପାଇଁ ସେ ଆମ ଉପରେ ଆକ୍ରୋଶ ରଖିଲେ। ଭାସ୍କର ବେହେରା ଏବେ ମଧ୍ୟ ଛତୁଆ ପାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଯାହା ଆମେ କେବେ ମଧ୍ୟ କରାଇ ଦେବୁ ନାହିଁ। ସେ ରାଗରେ ମାଲକାନଗିରି ଜିଲ୍ଲା କମିଟିକୁ ଭାଙ୍ଗି ନୂତନ କମିଟି ଗଠନ କରିବେ ବୋଲି ଧମକାଉଥିଲେ। ତେଣୁ ଆଣେ ଶ୍ରୀମତି ମହାନ୍ତିଙ୍କ ଠାରୁ ଆଉ ଭବିଷ୍ୟତରେ ସହଯୋଗ ପାଇବୁ ନାହିଁ ଜାଣିବା ପରେ ଗତ ନଭେମ୍ବର ୨୦ ତାରିଖ ଦିନ ମା’ ଘର ଫାଉଣ୍ଡେସନ ଟ୍ରଷ୍ଟରୁ ସାମୁହିକ ଇସ୍ତଫା ଦେଇଥିଲୁ। ଆମେ ଏଥିରୁ ଅଲଗା ହୋଇ ମା’ ଘର ସୁରକ୍ଷା ସେନାରେ ଯୋଗ ଦେଇଥିଲୁ। ଏବେ ଏହି ସଙ୍ଗଠନରେ ଆମେ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ କରିଆସୁଛୁ। ସେ ଯଦି ମିଛ ସତ କହି ଆମର ସମ୍ମାନ ହାନୀ କରନ୍ତି ତେବେ ଆମେ ବାଧ୍ୟ ହୋଇ କୋର୍ଟର ସହାୟତା ନେବୁ ବୋଲି ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର