ଭଞ୍ଜନଗର: ଭଞ୍ଜନଗର ହାର୍ଟ ନଗର ଠାରେ ମାଁ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଛି। ସମ୍ମିଳିତ ବନ ପରିବାର ପକ୍ଷରୁ ଗତକାଲି ଠାରୁ ଏହି ପୂଜାର ଆୟୋଜିତ ହୋଇଛି। ରୀତିନୀତି ଅନୁଯାୟୀ ମା’ଙ୍କ ପୀଠରେ ହୋମ, ଯଜ୍ଞ, ଚଣ୍ଡୀପାଠ ଓ ଦଶମହାବିଦ୍ୟା ପୂଜା ସମ୍ପନ୍ନ ହୋଇଛି। ବହୁ ମାନସିକଧାରୀ ମଧ୍ୟରାତ୍ରି ପୂଜାରେ ଉପସ୍ଥିତ ରହି ମାଙ୍କ ଦର୍ଶନ କରି କୃପାଲାଭ କରିଥିଲେ ଗତକାଲି। ବିଳମ୍ବିତ ରାତିରେ ମାଆଙ୍କୁ ଆବାହନ କରିବା ସହ, ପୂଜା ହୋମ, ବଳିଦାନ, ଦୀପଦାନ ସହ ଚଣ୍ଡିପାଠ ଆୟୋଜିତ ହୋଇଥିଲା। ପୀଠରେ ଦେବୀଙ୍କ ପୂଜା ଜାରି ରହିଥିବା ବେଳେ ପ୍ରତିଦିନ ସଂନ୍ଧ୍ୟାରେ ଆଳତୀ ସହ ଦୈନିକ ପୂଜାର୍ଚ୍ଚନା ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ମଙ୍ଗଳବାର ସୂର୍ଯ୍ୟପରାଗର ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ଫରେଷ୍ଟର ଭଗବାନ ଦାସ କର୍ତ୍ତା ଭାବେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇଥିଲେ। ମଙ୍ଗଳବାର ଦେବୀଙ୍କ ବିଶ୍ରାମ ଦିବସ, ବୁଧବାର, ଗୁରୁବାର ଦୈନିକ ପୂଜାର୍ଚ୍ଚନା, ସନ୍ଧ୍ୟା ଆଳତୀ ଏବଂ ଶୁକ୍ରବାର ଦେବୀଙ୍କ ପ୍ରତିମା ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।