ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଗିରୀଶ ରଂଜନ ସାହୁ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ବିଶ୍ୱାମିତ୍ର ଜନସେବା ଟ୍ରଷ୍ଟର ରାମଶଙ୍କର, ସତ୍ୟବାଦୀ ବଳିଆରସିଂହ, ମହାବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ସୁଧୀର ମାନସିଂହ ପ୍ରମୁଖ ଯୋଗ ଦେଇଥିଲେ। ମଧୁବାବୁଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରି ବିଲୁପ୍ତ ତାରକସି କାମ, ଚମଡ଼ା ଶିଳ୍ପ, ଓଡ଼ିଆ ଭାଷା, ଓଡ଼ିଆ ରାଜନୈତିକ ପ୍ରତିନିଧିତ୍ୱ ଆଦିର ସେ ପୁନରୁଦ୍ଧାର କରିଥିଲେ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ। ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଅଧ୍ୟାପିକା ଅନ୍ନପୂର୍ଣ୍ଣା ଦେବୀ ଧନ୍ୟବାଦ ଦେଇଥିଲେ।

Advertisment

ଆମରିସତ୍ୟ ସାହତ୍ୟ ପତ୍ରିକା ପକ୍ଷରୁ ବିଶ୍ୱାମିତ୍ର ଜନସେବା ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜୟ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଚିନ୍ମୟ ଷଡଙ୍ଗୀ, ଡଃ. ସଦାନନ୍ଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ପତ୍ରିକାର ପ୍ରତିଷ୍ଠାତା ଡଃ. ପ୍ରମୋଦ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ଦେଇଥିଲେ। ଡଃ. ପତିତପାବନ ଦଳେଇ, ସ୍ୱପ୍ନାରାଣୀ ପାଣିଗ୍ରାହୀ, ଆଶିଷ କୁମାର ରାୟ, ବିରଂଚି ନାରାୟଣ ସାହୁ, ଅଧ୍ୟାପିକା ସୌଦାମିନୀ ବେହେରା, ରମାକାନ୍ତ ମିଶ୍ର, ସୁରେଶ ସ୍ୱାଇଁ, ବାସୁଦେବ ସାହୁ, ସମରଜିତ ପଟ୍ଟନାୟକ, ଦାଶରଥୀ ପଟ୍ଟନାୟକ, ବିଜୟ କୁମାର ବ୍ରହ୍ମା, ଦିବ୍ୟଲୋଚନ ଭାରିମଲ୍ଲ, ବସନ୍ତ କୁମାର ଦାଶ, ଆଦିନାରାୟଣ ଖଣ୍ଡୁଆଳ, ଜବହରଲାଲ ସୁବୁଦ୍ଧି, ଶକ୍ତି ମହାପାତ୍ର, ପଦ୍ମନାଭ ପାଣିଗ୍ରାହୀ, ମନୋରମା ପାଢ଼ୀ, ସୁରେଶ କୁମାର ବିଶ୍ୱାଳ, କିଶୋର ପାଇକରାୟ ପ୍ରମୁଖ ଯୋଗ ଦେଇ ମଧୁବାବୁଙ୍କ ଜୀବନାଦର୍ଶ ଓ କୀର୍ତି ସମ୍ପର୍କରେ ଆଲୋଚନା କରିଥିଲେ। ରାମଶଙ୍କର ଧନ୍ୟବାଦ ଦେଇଥିଲେ।

publive-image Sambad

ଖୋର୍ଦ୍ଧା ସାହିତ୍ୟ ସଂସଦର କାର୍ଯ୍ୟାଳୟ ଠାରେ ସଂସଦର ସଭାପତି ଗୋପାଳକୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜଟଣୀସ୍ଥ ଓଡ଼ିଆ ଭାଷା ଓ ଗବେଷଣା ପରିଷଦର ପ୍ରତିଷ୍ଠାତା ବିପିନ ବିହାରୀ ମହାନ୍ତି, ଐତିହାସିକ ପ୍ରଫେସର୍ ନାରାୟଣ ରାଓ, ଶିକ୍ଷାବିତ୍ ଭୀମସେନ ପ୍ରଧାନ ଯୋଗ ଦେଇଥିଲେ। ସମ୍ପାଦକ ବିଭୂ ପ୍ରସାଦ ହରିଚନ୍ଦନ ସ୍ୱାଗତ ଭାଷଣ ଦେଇଥିଲେ। ଖୋର୍ଦ୍ଧାରେ ମଧୁବାବୁଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତି ସ୍ଥାପନ ଓ ଏଆଇଏମ୍ସକୁ ମଧୁସୂଦନଙ୍କ ନାମରେ ନାମିତ କରିବାକୁ ଅତିଥିମାନେ ମତ ଦେଇଥିଲେ। ବୈକୁଣ୍ଠନାଥ ରାଜଗୁରୁ, ଆରତୀ ମଞ୍ଜରୀ ଦାସ, ଇତିଶ୍ରୀ ସାହୁଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ ହୋଇଥିଲା। ଏଥିରେ ଗୀତାଞ୍ଜଳୀ ମହାପାତ୍ର, ଦିବ୍ୟଲୋଚନ ଭାରିମଲ୍ଳ, ଗୋବିନ୍ଦ ଚନ୍ଦ୍ର ମହାରଣା ପ୍ରମୁଖ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବିଧାନଚନ୍ଦ୍ର ମହାନ୍ତି, ଡଃ. ବୃନ୍ଦାବନ ପଣ୍ଡା, ଅଶୋକ ରାୟସିଂହ, ପ୍ରଫୁଲ୍ଳ କୁମାର ସାମନ୍ତରାୟ, ବଂଶୀଧର ଦାସ, ବାସୁଦେବ ସାହୁ ପ୍ରମୁଖ ମଧୁସୂଦନଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ତପନ ମହାପାତ୍ର ଧନ୍ୟବାଦ ଦେଇଥିଲେ।