ବାଙ୍କୀ: ହୁଳୁହୁଳା ପୋଲ ଉପରେ ୪ ଫୁଟ ଓ କଇଁଆ ନାଳ ଉପରେ ୩ ଫୁଟ ର ବନ୍ୟା ଜଳ ପ୍ରବାହିତ। ସେପଟେ ବନ୍ୟା ଜଳ ପ୍ରବାହିତ ଯୋଗୁ ବାଙ୍କୀ ଓ ତିଗିରିଆ ବ୍ଲକ ର ପ୍ରାୟ ୬ ଗୋଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ଉପରେ ମୁଣ୍ଡରେ ଲଗାଣ ବର୍ଷା ଯୋଗୁ କଟକ ଜିଲ୍ଲା ବାଙ୍କୀରେ ଦେଖିବାକୁ ମିଳିଛି ବନ୍ୟା ପରିସ୍ଥିତି।

Advertisment

ମହାନଦୀରେ ଜଳସ୍ତର ବଢିବା ଯୋଗୁ ଏବେ ଉତ୍ତର ବାଙ୍କୀ ର ଘୋଡାବର ନିକଟ ହୁଳୁହୁଳା ପୋଲ ଉପରେ ୪ ଫୁଟ ଓ କଇଁଆ ନାଳ ଉପରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଯେଉଁଥିପାଇଁ ବାଙ୍କୀ ଓ ତିଗିରିଆ ବ୍ଲକର ପ୍ରାୟ ୬ଟି ପଞ୍ଚାୟତ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।

ଅନ୍ୟପଟେ ବନ୍ୟା ପାଣି ପ୍ରବାହିତ ଯୋଗୁ ରଣ ନଈ ଦେଇ ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ହେକ୍ଟର ହେକ୍ଟର ଚାଷ ଜମି ପ୍ରବାହିତ ହୋଇଛି। ଅପରପଟେ ବନ୍ୟା ଜଳ ହୁଳୁହୁଳାରେ ପ୍ରବାହିତ ଯୋଗୁ ସ୍କୁଲ କଲେଜଠାରୁ ଆରମ୍ଭ କରି ଜରୁରୀକାଳୀନ ପରିସ୍ଥିତିରେ ଯିବାଆସିବା ଠପ ହୋଇଛି। ସେପଟେ ବାଙ୍କୀରେ ମହାନଦୀର ବିପଦ ସଂକେତ ଜଳସ୍ତର ୭.୭୮ ମିଟର ରହିଥିବା ବେଳେ ଏବେ ବିପଦ ସଂକେତଠାରୁ ତଳେ ପ୍ରବାହିତ ହେଉଛି ମହାନଦୀର ବନ୍ୟା ଜଳ। ସକାଳ ୧ଟା ସୁଦ୍ଧା ଜଳସ୍ତର ରହିଛି ୬.୮ ମିଟର।