ନୂଆ ରୂପ ନେବାକୁ ଯାଉଛି ମହାପ୍ରୟାଣ ଯୋଜନା, ମହିଳାଙ୍କ ହାତରେ ପରିଚାଳିତ ହେବ ମହାପ୍ରୟାଣ ସେବା

କୋରାପୁଟ: ରାଜ୍ୟରେ ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲାରେ ମହାପରାଣୟ ସେବା ଯୋଗାଇବେ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ। ଏଥିପାଇଁ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତାର ଓ ଜିଲ୍ଲା ଜରୁରୀକାଳିକ ଅଧିକାରୀ ଜ୍ଞାନଜିତ ତ୍ରିପାଠି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଜିଲ୍ଲା ପ୍ରଶାସନ ହାତରେ ରହିବନି ଆଉ ମହାପରାୟଣ ଯୋଜନାରେ ଚାଲୁଥିବା ଗାଡି। ଏହାକୁ ପରିଚାଳନା କରିବେ ଜିଲ୍ଲାରେ ରହିଥିବା ଆଗୁଆ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ କିମ୍ବା ଏସଏସଜି ଫେଡେରେସନ। ଏହା ବଦଳରେ ଏସଏସଜି କିମ୍ବା ଏସଏସଜି ଫେଡେରେସନ କୋରାପୁଟ ପ୍ରଶାସନଠାରୁ ପ୍ରାପ୍ୟ ପାଇବେ। ସଦ୍ୟ ସମାପ୍ତ ହୋଇଥିବା ଜିଲ୍ଲାସ୍ତରୀୟ ମହାପରାୟଣ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ତେବେ ମହାପରାୟଣ ପରିଚାଳନା କରିବା ପୂର୍ବରୁ ମଶନଶକ୍ତିର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଜିଲ୍ଲାରୁ ଏସଏସଜି କିମ୍ବା ଏସଏସଜି ଫେଡେରେସନକୁ ଚୟନ କରିବେ। ଚୟନ ହୋଇଥିବା ଏସଏସଜି/ଏସଏସଜି ଫେଡେରେସନ ସର୍ବନିମ୍ନ ବିଡରେ ଭାଗ ନେବେ। ୫ ଲକ୍ଷ ଟଙ୍କାରୁ କମ୍‌ ଥିବା ଏସଏସଜି/ଏସଏସଜି ଫେଡେରସନକୁ ପରିଚାଳନା ଦାୟିତ୍ବ ପ୍ରଦାନ କରାଯିବ।

ଜିଲ୍ଲାରେ ଏବେ ୮ଟି ମହାପରାୟଣ ଗାଡି ଅବାଶ୍ୟକତା ରହିଥିବାବେଳେ ଏବେ ୬ଟିରୁ ୫ଟି(ଏସଏଏଏନ ମେଡିକାଲରେ ରହିଛି ଓ ଅନ୍ୟଟି ଡିଏଚଏଚରେ ଖରାପ ହୋଇ ରହିଛି) କାର୍ଯ୍ୟକ୍ଷମ ରହିଛି। ଗୋଟିଏ ଗାଡି ମରାମତି ପାଇଁ ରହିଛି। ଯେଉଁମାନେ ପରିଚାଳନା ପାଇଁ ରହିବେ ସେମାନେ ଆଉ ଦୁଇଟି ମହାପରାୟଣ ଆଣିବେ। ଏହାସହ ଏସଏସଜି ଡ୍ରାଇଭରଙ୍କୁ ନିଯୁକ୍ତି ଦେବା ସହ ୨୪*୭ ସେବା ପାଇଁ ୬ଟି ସେବା କେନ୍ଦ୍ର ରହିବ। ପୁରୁଣା ଡ୍ରାଇଭରଙ୍କୁ ନବ ନିଯୁକ୍ତି କରିବା ସହ ଅଗ୍ରୀମେଣ୍ଟ ସାଇନ କରିବାକୁ କୁହାଯାଇଛି।

ତେବେ ଯେଉଁ ଦୁଇଟି ଗାଡି ମହାପରାୟଣରେ ସାମିଲ ହେବ ଏହା ବୋଲୋରୋ ହେବ। ଏହାର ମଧ୍ୟ ଓ ପଛ ସିଟକୁ ବାହାର କରାଯାଇ ରିମଡେଲିଂ କରାଯିବ। ଏହାପରେ ଏହାକ ‌କାର୍ଯ୍ୟରେ ଲାଗିବ। କିନ୍ତୁ ସବୁ ମହାପରାୟଣ ଗାଡିର ଆରଟିଓ ସହ ଅନ୍ୟ କାମ ଶେଷ ହେବ। କୌଣସି ଖରାପ ଗାଡିକୁ ଏଥିରେ ସାମିଲ କରାଯିବ ନାହିଁ। ତେବେ ୮ଟି ମହାପରାୟଣ ଗାଡି ମଧ୍ୟରୁ ୪ଟି ଏସଏଲଏନ ମେଡିକାଲ କଲେଜ, ୨ଟି ଡିଏଚଏଚ ଜୟପୁର, ଗୋଟିଏ ଲେଖାଁଏ କୁନ୍ଦୁଲି ଓ ଲକ୍ଷ୍ମୀପୁରରେ ରହିବ। ଏହିଠାରେ ଏକ ହେଲ୍ପ ଡେକ୍ସ ରହିବ । ପ୍ରତି ହେଲ୍ଫ ଡେକ୍ସ ନୋଡାଲ ଅଫିସରଙ୍କୁ ରିପୋଟିଂ କରିବେ। କୋରାପୁଟ ଆରଟିଓଙ୍କ ମାର୍ଗଦର୍ଶନରେ ନୋଡାଲ ଅଫିସରମାନେ ଇନ୍ଧନ ସହ ଡ୍ରାଇଭର ଓ ଡେଲ୍ଫ ହେଲ୍ଫ ଷ୍ଟାଫ ଅନ୍ୟ ସେବା ଯୋଗାଇ ଦେବେ। ପ୍ରତି ମାସରେ ଏସଏସଜି/ଏସଏସଜି ଫେଡରସେନ ଜିଲ୍ଲା ଜରୁରୀକାଳୀନ ବିଭାଗରେ ବିଲ ଉପସ୍ତାପିତ କରିବେ। ଏହାପରେ ଜିଲ୍ଲା ରେଡକ୍ରସ ସୋସାଇଟିରୁ ଇନ୍ଧନ ସହ ଡ୍ରାଇଭର ଓ ହେଲ୍ଫ ଡେକ୍ସ ଷ୍ଟାଫଙ୍କୁ ମାସିକିଆ ଅର୍ଥ ପ୍ରେରଣ ବ୍ୟବସ୍ଥା ଗ୍ରହଣ କରାଯିବ। ଏହାସହ ଦାୟିତ୍ବ ନେଇଥିବା ଏସଏସଜି/ଏସଏସଜି ଫେଡେରେସନର ଫୋନ ନମ୍ବର ସହ ପୁରା ଠିକଣା ସବୁସ୍ଥାନରେ ଉପଲବ୍ଧ କରାଯିବ।

ସବୁଠ ବଡ କଥା ହେଲା ଏହା ଜିଲ୍ଲା ମଧ୍ୟରେ ପରିଚାଳନା ହେବ। ଜିଲ୍ଲା ବାହାରକୁ ଯିବାକୁ ହେଲେ ଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ ପଡିବ। ଏଥଇପାଇଁ ନିୟୋଜିତ ହୋଇଥିବା ଡ୍ରାଇଭର ଡ୍ୟୁଟି ସ୍ଲିପକୁ ଭଲ ଭାବେ ପୂରଣ କରିବେ। ଏଥିରେ ନିୟାଜିତ ଗାଡିର ନମ୍ବର, ଡାଇଭର ନାମ/ ନମ୍ବର, ମୃତକଙ୍କ ନାମ, ସ୍ଥାନ/କାଳ ସହ କିଲୋମିଟର ଇତ୍ୟାଦି ରହିବ।

ସମ୍ବନ୍ଧିତ ଖବର