ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ପ୍ରଦତ୍ତ ଅନୁଦାନରେ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ମହାପ୍ରୟାଣ ଯାନ ଲୋକାର୍ପିତ ହୋଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଲୋକାର୍ପଣ କରିଥିଲେ। ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ଋଷିକେଶ ଖିଲାରୀ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ. ଅଜିତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

Advertisment

ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ମହାପ୍ରୟାଣ ଯାନ ଲୋକାର୍ପଣ କରି ସାମ୍ବାଦିକ ସଂଘ ଓ ଜର୍ନାଲିଷ୍ଟ ୱେଲ୍‌ଫେୟାର୍‌ ଟ୍ରଷ୍ଟ ମାନବସେବାରେ ସମର୍ପିତ ବୋଲି କହି ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଜର୍ନାଲିଷ୍ଟ ୱେଲଫେୟାର ଟ୍ରଷ୍ଟ ଅଧ୍ୟକ୍ଷ ସତ୍ୟ ସୁନ୍ଦର ଭଞ୍ଜ, ସମ୍ପାଦକ ହରିନାରାୟଣ ପୂଜାରୀ, ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥୀ, ସାଙ୍ଗଠନିକ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ସୁନୀଲ ମହାନ୍ତି, ବରିଷ୍ଠ ସଦସ୍ୟ ଗୋପବନ୍ଧୁ ଶତପଥୀ, ସୁଧୀର ଚନ୍ଦ୍ର ପଣ୍ଡା, ନବୀନ ପଶାୟତ, ଶରତ ମହାକୁର, ସୁଧୀର ମିଶ୍ର, ଗୋପାଳ ପ୍ରଧାନ, ମୁକେଶ ବହିଦାର, ଘଟେଶ୍ବର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ଝାଙ୍କର, ପ୍ରଦୀପ୍ତ ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ଚନ୍ଦ୍ରଭାନୁ ମୋଲାନା, ନୂତନ ମିଶ୍ର, ଅରୁଣ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବୀ, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କର୍ମକର୍ତ୍ତା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ। ଆଜିଠାରୁ ଏହି ମହାପ୍ରୟାଣ ଯାନ ସ୍ବଳ୍ପ ମୂଲ୍ୟରେ ଲୋକଙ୍କ ସେବାରେ ଲାଗିବ ବୋଲି କହାଯାଇଛି।