ପୁରୀ : ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଶ୍ରୀସଦାଶିବ ପରିସରରେ ସୋମବାର ଦିନ ହିନ୍ଦୁ ଅଧ୍ୟୟନ କେନ୍ଦ୍ର ଓ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟାଳୟର ଶୁଭାରମ୍ଭ ହେବ। କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବାହ୍ନ ୧୦ଟାରେ ଏହାର ଉଦ୍‌ଘାଟନ କରିବେ। ସୋମବାର ଦିନ ଶ୍ରୀସଦାଶିବ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ଆଚାର୍ଯ୍ୟ ଖଗେଶ୍ବର ମିଶ୍ର ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବି ଅନୁଷ୍ଠିତ ହେବ।

Advertisment

ଶ୍ରୀ ମିଶ୍ର କହିଛନ୍ତି, କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉଜ୍ଜୟିନୀ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନର ଉପାଧ୍ୟକ୍ଷ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ମିଶ୍ର, ନୂଆଦିଲ୍ଲୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି ଆଚାର୍ଯ୍ୟ ଶ୍ରୀନିବାସ ବରଖେଡ଼ୀ, ଉଜ୍ଜୟିନୀ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନର ସଚିବ ପ୍ରଫେସର ବିରୁପାକ୍ଷ ଜଡ଼ିପାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।