‘ଗାନ୍ଧୀଙ୍କ ଓଡିଶା ଗସ୍ତ’ କାର୍ଯ୍ୟକ୍ରମ ପାଳିତ

ଜୟପୁର: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମକୁ ନେଇ ସାରା ଓଡିଶାରେ ରାଜ୍ୟ ସରକାରଙ୍କ ନିର୍ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି। ଏହି ଅବସରରେ ଉପଜିଲ୍ଲାପାଳ ତଥା ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପିତବାସ ବିଶ୍ବାଳ ସହରର ବିଭିନ୍ନ ଛକ ଓ ଅନୁଷ୍ଠାନରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି କାର୍ଯ୍ୟକ୍ରମକୁ ପାଳନ କରିଥିଲେ। ଏହି କ୍ରମରେ ସ୍ଥାନୀୟ ଗାନ୍ଧୀଛକ, ଗାନ୍ଧୀପାର୍କ, ବ୍ଲକ କାର୍ଯ୍ୟାଳୟ ଓ ସ୍ବୟଂଶାସିତ ବିକ୍ରମ ଦେବ ମହାବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜ୍ୟପୂଜା କରାଯାଇଥିଲା।

ସମ୍ବନ୍ଧିତ ଖବର