ଜମି ବିବାଦରୁ ପ୍ରଧାନଶିକ୍ଷକଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ସଦର ଥାନା ଅନ୍ତର୍ଗତ ବ୍ରଜମୋହନପୁର ପଂଚାୟତର ଶରଧାପୁର ଗାଁରେ ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ପୂର୍ବତନ ପ୍ରଧାନଶିକ୍ଷକ ରବୀନ୍ଦ୍ର ବଳିଆରସିଂହଙ୍କ ମୃତ୍ୟୁ ଘଟିଥିଲା । ଆଜି ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇ ଏସ୍ଡିପିଓ ଦିଲିପ କୁମାର ଦାସ କହିଛନ୍ତି ଯେ ଘଟଣାରେ ମୃତ ରବୀନ୍ଦ୍ରଙ୍କ ପୁତ୍ର ରଶ୍ମିରଂଜନଙ୍କ ଅଭିଯୋଗ କ୍ରମେ୧୦ଜଣଙ୍କ ବିରୋଧରେ ଏଫ୍ଆଇଆର୍ ପଂଜୀକୃତ ହୋଇଥିଲା । ଆଜି ମୁଖ୍ୟ ଅଭିଯୁକ୍ତ ନାରାୟଣ ବରାଳ (୩୫)କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତେବେ ବଳକା ଅଭିଯୁକ୍ତ ଧରାପଡ଼ିନାହାନ୍ତି। ରବୀନ୍ଦ୍ରଙ୍କ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଆସିନାହିଁ, ରିପୋର୍ଟ ଆସିବା ପରେ ମୃତ୍ୟର ପ୍ରକୃତ କାରଣ ଜଣାପଡ଼ିବ ଓ ତଦନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି ।

ସମ୍ବନ୍ଧିତ ଖବର