ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମ ମଝିସାହି ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ପୁଲିସ ବନ୍ଧୁକ, ଖୋକା ଓ ଜୀବନ୍ତ ଗୁଳି ଜବତ କରିଛି। ପରକୀୟା ପ୍ରୀତି ତଥା ପୂର୍ବ ଶତ୍ରୁତାକୁ ନେଇ ଗତ ଫେବ୍ରୁଆରି ୧୨ ତାରିଖରେ ଗୁଳିକାଣ୍ଡ ଘଟିଥିଲା। ଗୁଳିକାଣ୍ଡ ରେ ୩ ଜଣ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିଲା ବେଳେ ଜଣେ ମୃତ୍ୟୁ ବରଣ କରିଥିଲେ। ପୁଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶି ଗ୍ରାମର ସଦାନନ୍ଦ ଦାସ ଓରଫ ଲିଟୁକୁ ପୁଲିସ ଶୁକ୍ରବାର ରାତିରେ ଆଠଗଡ ଢେଙ୍କାନାଳ ସୀମାରୁ ଗିରଫ କରିଛି। ଶନିବାର ଅପରାହ୍ନରେ ଆଠଗଡ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ବିଶି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2023/03/8875f5be-d16c-4743-8bf6-baefa857cb4f.jpg)
ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗନଠ ହୋଇଥିଲା। ଅଭିଯୁକ୍ତର ଗତିପଥ ଉପରେ ନଜର ରଖାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଆସାମୀକୁ ଶୁକ୍ରବାର ରାତିରେ ଧରିବା ସହ ତାଠାରୁ ବନ୍ଧୁକ, ୩୬ ଟା ଖୋକା, ଜୀବନ୍ତ ଗୁଳି ୨୪ ଟା, ମାଗାଜିନ ୨ ଟା, ମୋବାଇଲ ସିମ ଜବତ କରାଯାଇଛି। ଆଠଗଡ ଆଇ ଆଇ ସି ବାମଦେବ ସ୍ବାଇଁ ଙ୍କ ତତ୍ତ୍ୱାବଧାନରେ ସବ ଇନିସପେକ୍ଟର ବିଶ୍ବଜିତ ଜେନା , କନେଷ୍ଟବଳ କ୍ଷୀରୋଦ ବେହେରା , ବିଜୟ ବେଉରା, ଜୟନ୍ତ ବିହାରୀ ପ୍ରମୁଖ ସାମିଲ ଥିଲେ।
ଘଟଣାରୁ ପ୍ରକାଶ ଯେ ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶି ଗ୍ରାମର ସଦାନନ୍ଦ ଦାସ (୪୦) ଓରଫ୍ ଲିଟୁନା ମାମୁଁ ଘରେ ରହି ପାଠ ପଢ଼ିବା ସହିତ ଭାରତୀୟ ସେନା ବାହିନୀରେ ଚାକିରି କରି ଅବସର ନେଇଥିଲେ। ଗତ ଫେବ୍ରୁଆରି ୧୨ ତାରିଖ ପ୍ରାୟ ଚାରି ଟା ସମୟରେ ଲିଟୁନା ଜେନାପଦା ଗ୍ରାମକୁ ଯାଇ ଗଣ୍ଡଗୋଳ ଉଦ୍ୟମ କରୁଥିବା ବେଳେ ବଂଶୀଧର ନାୟକ (୬୦), ଦୀନବନ୍ଧୁ ନାୟକ ଏବଂ ଜିତୁନା ନାୟକ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଅଭିଯୁକ୍ତ ଲିଟୁନା ନିଜ ବନ୍ଧୁକରୁ ସାତ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଥିଲା। ସେଥି ମଧ୍ୟରୁ ବଂଶୀଧରଙ୍କ ଠାରେ ତିନୋଟି, ଦୀନବନ୍ଧୁଙ୍କ ଠାରେ ତିନୋଟି ଏବଂ ଜିତୁନା ଠାରେ ଗୋଟିଏ ଗୁଳି ବାଜିଥିଲା। ଗୁଳିମାଡ଼ ପରେ ସ୍ଥାନୀୟ ଲୋକଙ୍କ ସହିତ ପରିବାର ଲୋକେ ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ଥିବା ଯୋଗୁଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ଘଟଣା ସମ୍ପର୍କରେ ଦୀନବନ୍ଧୁଙ୍କ ପତ୍ନୀ ଭାନୁମତୀ ନାୟକ ଆଠଗଡ ଥାନାରେ ସଦାନନ୍ଦ ଦାସ ଓରଫ ଲିଟୁନା, ଦିପୁନା ରାଉତ, ପିରୁ ପ୍ରସାଦ ମହାନ୍ତି, ବିଜୟ ସାହୁ, ସଞ୍ଜୟ ସାହୁଙ୍କ ନାମରେ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ba52611d-3800-414d-ab21-71c3288793ae.jpg)