ଦୁଷ୍କର୍ମ ମାମଲାରେ ଜେଲ ଗଲେ ଯୁବକ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ପୁଲିସ ଆଜି ଦୁଷ୍କର୍ମ ମାମଲାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିସନପୁର ଗ୍ରାମର ଦେବେନ୍ଦ୍ର କୁମାର ଦାସ (୨୮) । ଦେବେନ୍ଦ୍ରଙ୍କ ବିରୋଧରେ ପାହାଳ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀ ଲିଖିତ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ ଆଧାରରେ ବାଲିଅନ୍ତା ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଅପରପକ୍ଷରେ ଯୁବତୀଙ୍କୁ ନିରାପତ୍ତା ଦୃଷ୍ଟିରୁ ତାଙ୍କୁ ସାମୟିକ ଭାବେ ହେଲପଲାଇନକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଯୁବତୀ ଜଣକ ପାହାଳ ଫାଣ୍ଡି ଅଞ୍ଚଳରେ ବାପା ଓ ଛୋଟ ଭାଇଙ୍କ ସହ ରୁହନ୍ତି । ଅଭିଯୁକ୍ତ ଦେବେନ୍ଦ୍ର ତାଙ୍କର ସଂପର୍କୀୟ ମାମୁ । ଯୁବତୀଙ୍କ ବାପା ସୁରକ୍ଷା କର୍ମୀ ଭାବେ ଏକ ଘରୋଇ ସଂସ୍ଥାରେ ଡ୍ୟୁଟି କରନ୍ତି । ବାପା କାମକୁ ଘରୁ ପଳାଇଯିବା ସୁଯୋଗ ନେଇ ଦେବେନ୍ଦ୍ର ତାଙ୍କୁ  ବାରମ୍ବାର ହଇରାଣ ହରକତ କରୁଥିଲେ । ବଳପୂର୍ବକ  ଦୁଷ୍କର୍ମ କରି ଆସୁଥିବା ଅଭିଯୋଗରେ ଦର୍ଶାଯାଇଛି ।  ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉଭୟ ଯୁବତୀ ଓ ନେବେନ୍ଦ୍ରଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା ।

ସମ୍ବନ୍ଧିତ ଖବର