ଦଶପଲ୍ଲା: ଆସିଲାନାହିଁ ଦମକଳ, ଜଳିଗଲା ୮ ବଖରା ଘର

ଦଶପଲ୍ଲା: ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୮ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଘରେ ନିଆଁ ଲାଗିଯିବାରୁ ଲୋକେ ଆତୁର ହୋଇ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ। ମାତ୍ର ଅଗ୍ନିଶମବିଭାଗର କର୍ମଚାରୀମାନେ ଆନ୍ଦୋଳନ କରୁଥିବାରୁ କୌଣସି ଦମକଳ ନିଆ ଲିଭାଇବାକୁ ଆସି ନ ଥିଲା। ତେଣୁ ବାଧ୍ୟ ହୋଇ ଲୋକେ ନିଜ ବ୍ୟବସ୍ଥାରେ ନିଆଁକୁ ଆୟତ କରିଛନ୍ତି
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ହଠାତ ଦୁଲ ସାହୁଙ୍କ ଘରେ ନିଆଁ ଲାଗି ଯାଇଥିଲା ।ଚାହୁଁ ଚାହୁଁ ଏହି ନିଆଁ ଗ୍ରାମର ସୁରେନ୍ଦ୍ର ସାହୁ, ନୀର ସାହୁ, ଜିତୁ ସାହୁ ଓ ଲିଟୁ ସହୁଙ୍କ ଘରକୁ ବ୍ୟାପୀ ଯାଇଥିଲା। ତେବେ ଦମକଳ ନ ଆସିବାରୁ ଲୋକେ ଗାଁ ପାଖରେ ଥିବା ଜଣଙ୍କ ପାଣି ପମ୍ପ ଆଣି ନିକଟସ୍ଥ ପୋଖରୀରୁ ଏଥିରେ ପାଣି ଉଠାଇ ନିଆଁକୁ ଲିଭାଇଛନ୍ତି।

ସମ୍ବନ୍ଧିତ ଖବର