ରୋଜଗାରିଆ ସ୍ବାମୀ ଜେଲରେ, ୨ ପିଲାଙ୍କୁ ନେଇ ପତ୍ନୀ ମାଳତୀ ଏବେ ବହୁ କଷ୍ଟରେ

ମାଲକାନଗିରି: ମାଲକାନଗିରି ଗଣ୍ଡିଆଗୁଡାରେ ବାସ କରୁଥିବା ଗୋରେଲାଲ ସାହୁ ଗତ ଏକବର୍ଷ ହେଲା ଦୁଷ୍କର୍ମ କେଶରେ ଜେଲରେ ଭର୍ତ୍ତି ହୋଇଥିବା ବେଳେ ଘରେ ଥିବା ପତ୍ନୀ ଏବଂ ଦୁଇ ପିଲାଙ୍କ ଅବସ୍ଥା ଏବେ ଗୁରୁତର ହେବାକୁ ଲାଗିଛି। ପ୍ରକାଶ ଥାଉକି ଗତବର୍ଷ ଏକ ଧାନ ମିଲରେ ଜଣେ ବଣ୍ଡା ଝିଅ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ଗୋରେଲାଲ ସାହୁ ସଂପୃକ୍ତ ଥିବା ଜାଣି ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ଏହି ଘଟଣା କୋର୍ଟରେ ବିଚାରଧୀନ ରହିଛି। ତେବେ ଗୋରାଲାଲ ପରିବାରରେ ଏକ ମାତ୍ର ରୋଜଗାରିଆ ଥିବା ବେଳେ ଘରେ ପତ୍ନୀ ଏବଂ ଦୁଇ ପିଲାଙ୍କୁ ଦୁଇ ବେଳା ଦୁଇ ମୁଠା ଭାତ ଦେବାକୁ କେହି ନାହାଁନ୍ତି। ସ୍ବାମୀ ଜେଲ ଗଲା ପରେ ପତ୍ନୀ ମାଳତୀ ଦୁଇ ପିଲାଙ୍କ ମୁହଁରେ ମୁଠାଏ ଦାନା ଦେବା ପାଇଁ ପର ଘରେ କାମ କରିବା ସହ କୁଲି କାମ କରିବାକୁ ବାଧ୍ୟ ହୋଇଛି। ପିଲାମାନଙ୍କୁ ୫ ଟଂକିଆ ବିସ୍କୁଟ ମଧ୍ୟ କିଣି ଦେବାକୁ ଅକ୍ଷମତା ପ୍ରକାଶ କରୁଛି ମାଳତୀ। ବାପା ନଥିବାରୁ ପିଲାମାନେ ମଧ୍ୟ ମାଆଙ୍କୁ ଅଳି ଅଝଟ କରୁନଥିବା ମାଳତୀ କହନ୍ତି।

କିନ୍ତୁ ବାପା ଥିଲା ବେଳେ ପିଲାଙ୍କ ପାଇଁ ସବୁ ଖେଳନା ଏବଂ ଖାଦ୍ୟ ଯୋଗାଇ ଦେଉଥିଲେ। ଏବେ ମାଳତୀ ତାହା ଯୋଗାଇ ପାରୁନଥିବାରୁ ପିଲାମାନେ ଅନ୍ୟ ପିଲାଙ୍କୁ ଦେଖି ମାଆଙ୍କୁ ବେଳେ ବେଳେ ଅଳି କରନ୍ତି। ଏବେ ମାଳତୀ ବହୁ କଷ୍ଟରେ ଦିନ କାଟୁଛନ୍ତି। ସରକାରଙ୍କ ତରଫରୁ ମାଳତୀ ଏବଂ ତାଂକର ଦୁଇ ପିଲାଙ୍କ ପାଇଁ କୌଣସି ସୁବିଧା ନକଲେ ସେମାନେ ବହୁ ଅସୁବିଧାରେ ପଡିବେ ବୋଲି ସ୍ଥାନୀୟ ଲୋକେ ପ୍ରକ‌ାଶ କରିଛନ୍ତି। ସରକାରଙ୍କର ଥଇଥାନ ଯୋଜନାରେ ଦୁଇ ପିଲାଙ୍କୁ କିପରି ଥଇଥାନ କରାଯାଇପାରିବ ସେନେଇ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଛି।

ସମ୍ବନ୍ଧିତ ଖବର