ଚାଲୁଥିବା ଅବସ୍ଥାରେ ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ

ଲକ୍ଷ୍ମୀପୁର: ଗୁରୁବାର କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଷ୍ଟେସନ ନିକଟରେ ଦେଇ ଯାଉଥିବା ଏକ ମାଲବାହୀଟ୍ରେନ ମଝିରୁ ଅଲଗା ହେଇଯାଇଥିଲା। ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ।

ସୂଚନାଯୋଗ୍ୟ, ଉକ୍ତ ମାଲବାହୀ ଟ୍ରେନଟି ଦାମନଯୋଡ଼ିରୁ ପାଉଡର ନେଇ ବିଶାଖାପାଟଣା ଯାଉଥିବା ଜଣାପଡ଼ିଛି। ତେବେ ଟ୍ରେନଟି ମଝିରୁ ଅଲଗା ହୋଇଯିବା ଖବର ପାଇ ଘଟଣାସ୍ଥଳରେ ରେଳବାଇର ମେକାନିକ ଟିମ୍ ପହଞ୍ଚିଛି।

ସମ୍ବନ୍ଧିତ ଖବର