କମ୍ବିଂ ଅପରେସନ୍‌ ବେଳେ ଗୁଳିବିନିମୟ, ୫୦ରୁ ଊର୍ଧ୍ୱ ମାଓବାଦୀ ନିହତ ସନ୍ଦେହ

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳ ଆନ୍ଧ୍ର ସୀମାନ୍ତଙ୍କୁ ଲାଗିଥିବା ଜୋଡାମ୍ବ ପଞ୍ଚାୟତ ଟିକରପାଡୁ ଜଙ୍ଗଳ ନିକଟରେ ସୋମବାର ଆନ୍ଧ୍ର ଗ୍ରେହାଉଣ୍ଡ ଓ ଓଡ଼ିଶା ପୁଲିସର ଏସ୍‌ଓଜି ଯବାନ ମିଳିତ ଭାବେ କମ୍ବିଂ ଅପରେସନ୍‌ କରି  ଏକ ମାଓବାଦୀ କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷ  ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯବାନଙ୍କ ଗୁଳିର ସାମ୍ନା କରି ନ ପାରି ମାଓବାଦୀଙ୍କ କ୍ୟାମ୍ପରେ ଥିବା ମାଓନେତା ଆର୍‌କେଙ୍କ ସହିତ ୫୦ରୁ ଊର୍ଧ୍ୱ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି।

ତେବେ ଏହି ଅପରେସନ୍‌ ପ୍ରସଙ୍ଗରେ ମାଲକାନଗିରି ଏସ୍‌ପି ଜଗମୋହନ ମୀନା କହିଛନ୍ତି, ଏହି ଅପରେସନ୍‌ ଏବେ ବି ଜାରି ରହିଛି। ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବ୍ୟାଗ୍‌ ଜବତ ହୋଇଛି। ତେବେ ଯବାନଙ୍କ ଗୁଳିରେ ୫୦ରୁ ଊର୍ଧ୍ୱ ମାଓବାଦୀ ନିହତ ହୋଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର