ଅନାଥ ଛାତ୍ରାବାସରେ ବିଏସଏଫ ତରଫରୁ ପାନୀୟ ଜଳ ମେସିନ ପ୍ରଦାନ

ମାଲକାନଗିରି: ମାଲକାନଗିରି ସ୍ଥିତ ବୁଟିଗୁଡା ଠାରେର ରହିଥିବା ସୁବାଷ ଚନ୍ଦ୍ର ବୋଷ ଅନାଥ ଛାତ୍ରାବାସରେ ଆଜି ବିଏସଏଫ ତରଫରୁ ଏକ ବିଶୁଦ୍ଧ ପାନୀୟ ଜଳର ମେସିନ ପ୍ରଦାନ କରାଯାଇଛି। ଏଠାରେ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକରେ ବିଏସଏଫ ଡିଆଇଜି ଶୈଳେନ୍ଦ୍ର ସିହ୍ନା ଉପସ୍ଥିତ ରହିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ବିଏସଏଫର ଏହି ଅବଦାନକୁ ଭୃୟସୀ ପ୍ରଶଂସା କରିଥିଲେ।ବିଏସଏଫ କେବଳ ମାଲକାନଗିରି ସୀମାକୁ ଜଗି ନାହିଁ ବରଂ ଲୋକଙ୍କ ସେବାରେ ମଧ୍ୟ ନିୟୋଜିତ ହୋଇଛି।ଗରିବ ଲୋକଙ୍କୁ ବସ୍ତ୍ର ପ୍ରଦାନ କରିବା,ମାଗଣାରେ ଚିକିତ୍ସା କରିବା ସହ ଔଷଧ ପ୍ରଦାନ କରିବା ଏବଂ ନକ୍ସଲ ପ୍ରବଣ ଗ୍ରାମଗୁଡିକରେ ଲୋକଙ୍କୁ ବିଭିନ୍ନ ଦୈନନ୍ଦିନ ସାମଗ୍ରୀ ପ୍ରଦାନ ମଧ୍ୟ କରିଥାଏ।ଯୁବଗୋଷ୍ଠୀଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବା ଏବଂ ଛାତ୍ରଛାତ୍ରୀଙ୍କୁ ବହି,କଲମ ପ୍ରଦାନ ମଧ୍ୟ କରିଥାଏ।

ତେବେ ବିଏସଏଫ ତରଫରୁ କେବଳ ଅନାଥ ଛାତ୍ରାବାସର ପିଲା ହିଁ ଏହି ପାଣିକୁ ପିଇବେ ନାହିଁ ବରଂ ଏଠାରେ ଥିବା ୮ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୭ ଶହ ପିଲା ଉପକୃତ ହେବେ ବୋଲି କୁହାଯାଇଛି। ସେହିପରି ମାଲକାନଗିରି ସ୍ଥିତ ଏମଭି-୩ ଠାରେ ରହିଥିବା ବିଏସଏଫ ହେଟକ୍ବାଟର କ୍ୟାମ୍ପରେ ବନମହୋତ୍ସବ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଏସଏଫ ଡିଆଇଜି ଶୈଳନ୍ଦ୍ର କୁମାର ସିହ୍ନା,ଜିଲ୍ଲାପାଳ ବିଶାଲ ସିଂ,ଏସପି ନୀତିଶ ଵାଧଵାନୀ,ଡିଏଫଓ ପ୍ରତାପ କୋତ୍ତାପାଲୀ,ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ପ୍ରମୁଖ ଉପସ୍ଥିତ ରହିଥିଲେ।ଶତାଧିକ ବିଏସଏଫ ଯବାନମାନେ କ୍ୟାମ୍ପସରେ ଶତାଧିକ ବୃକ୍ଷରୋପଣ କରିଥିଲେ।

ବିଏସଏଫ,ବନ ବିଭାଗ ଏବଂ ପୁଲିସ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ଏହି ଅବସରରେ ଏକ ସ୍ବତନ୍ତ୍ର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜନସାଧାରଣ ମଧ୍ୟ ଉପସ୍ଥିତ ଥିଲେ।ତେବେ ସମସ୍ତେ ବୃକ୍ଷରୋପଣ କରିବା ସହ ଜଂଗଲକୁ କିପରି ରକ୍ଷା କରିବେ ସେନେଇ ଶପଥ ନେଇଥିଲେ।ସମସ୍ତ ବୃକ୍ଷକୁ ଯତ୍ନ ନେବା ସହ ସେମାନେ କିପରି ବଢିବେ ସେନେଇ ମଧ୍ୟ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ।

ସମ୍ବନ୍ଧିତ ଖବର