ମାଲକାନଗିରି  ଜିଲ୍ଲା ଯୋଜନା ବୋର୍ଡ ବୈଠକ : ୧୦ଟି କ୍ଷେତ୍ର ପାଇଁ ୧୨୯୭ କୋଟି ୫୧ ଲକ୍ଷ ବ୍ୟୟ ଅଟକଳ

ମାଲକାନଗିରି : ମାଲକାନଗିରି ସ୍ଥିତ ଗ୍ରାମ୍ୟ ଉନ୍ନୟନ ସଭାଗୃହରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା,କ୍ରୀଡା ଓ ଯୁବ ସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସାଂସଦ ରମେଶ ମାଝି,ମାଲକାନଗିରି ବିଧାୟକ ଆଦିତ୍ୟ ମାଢି,ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି,ଜିଲ୍ଲା ଯୋଜନା ବୋର୍ଡର ସଭ୍ୟ ଓ ସଭ୍ୟା,ଜିଲ୍ଲାପାଳ ଵାଇ.ବିଜୟ,ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୂୟାଁ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ଜିଲ୍ଲାପାଳ ଵାଇ.ବିଜୟ ସ୍ବାଗତ ଭାଷଣରେ ଜିଲ୍ଲା ଯୋନଜା କମିଟିର ଗୁରୁଦାୟିତ୍ବ ଉପରେ ସମସ୍ତ ଅଧିକାରୀ ଓ ସଭ୍ୟ ସଭ୍ୟାମାନଙ୍କୁ ବୁଝାଇଥିଲେ।

ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ବିଜୁ କେବିକେ ଯୋଜନାରେ ୬୯ ଟି ପ୍ରକଳ୍ପ ପାଇଁ ୩ କୋଟି ୫୦ ଲକ୍ଷ ଟଂକାର ବ୍ୟୟ ଅଟକଳ ଅନୁମୋଦନ ହୋଇଥିଲା। ସେଥିମଧ୍ୟରୁ ମାଲକାନଗିରି ବ୍ଲକର ୧୦ଟି ପ୍ରକଳ୍ପ ପାଇଁ ୫୬.୦୫ ଲକ୍ଷ,ମାଥିଲି ବ୍ଲକର ୧୦ଟି ପ୍ରକଳ୍ପ ପାଇଁ ୫୩.୩୫ ଲକ୍ଷ,କୋରକୋଣ୍ଡା ବ୍ଲକର ୯ଟି ପ୍ରକଳ୍ପ ପାଇଁ ୪୩.୨୫ ଲକ୍ଷ,କାଲିମେଳା ବ୍ଲକର ୧୫ଟି ପ୍ରକଳ୍ପ ପାଇଁ ୬୧.୫୫ ଲକ୍ଷ,ଖଇରପୁଟ ବ୍ଲକର ୯ଟି ପ୍ରକଳ୍ପ ପାଇଁ ୪୫.୧୫ ଲକ୍ଷ,ଚିତ୍ରକୋଣ୍ଡା ବ୍ଲକର ୯ଟି ପ୍ରକଳ୍ପ ପାଇଁ ୪୯.୨୫ ଲକ୍ଷ,ପଡିଆ ବ୍ଲକର ୭ଟି ପ୍ରକଳ୍ପ ପାଇଁ ୪୧.୪୦ ଲକ୍ଷ,ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଗମନାଗମନ,ବିଜୁଳି,ଜଳ ଯୋଗାଣ,ଜୀବିକା ନିର୍ବାହ ପାଇଁ ପ୍ରକଳ୍ପଗୁଡିକ ରହିଛି।ଏହି ପ୍ରକଳ୍ପଗୁଡିକ ଅନୁମୋଦନ ସମୟରେ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଏକ ସ୍ବତନ୍ତ୍ର ଅଭିଯାନ କରି ନଳକୂପ,ପାଣି ଟାଙ୍କି,ପାଇପ ଜଳ ଯୋଗାଣର ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ଉପସ୍ଥାପନ କରିବାକୁ ନିର୍ଦେଶ ଦିଆଯାଇଥିଲା।ଜିଲ୍ଲାର ୨୦୨୦-୨୧ ବର୍ଷପାଇଁ ବ୍ୟାପକ ଉନ୍ନୟନ ନିମିତ୍ତ(ସିଡିଏପି)ପାଇଁ ବ୍ୟୟ ଅଟକଳ ଗୃହରେ ଅନୁମୋଦନ ଲାଭ କରିଥିଲା।ସମୁଦାୟ ୧୦ଟି ସେକ୍ଟର ପାଇଁ ୧୨୯୭ କୋଟି୫୧ ଲକ୍ଷ ଟଂକାର ବ୍ୟୟ ଅଟକଳ ଗୃହରେ ଅନୁମୋଦନ ଲାଭ କରିଥିଲା।ସେଥିମଧ୍ୟରୁ କୃଷି ଓ ଅନ୍ୟନ୍ୟ ସହଯୋଗ କ୍ଷେତ୍ର ପାଇଁ ୪୩.୪୩ ଲକ୍ଷ,ଗ୍ରାମ୍ୟ ଉନ୍ନୟନ ପାଇଁ ୧୬୮.୫୪ ଲକ୍ଷ,ସ୍ବତନ୍ତ୍ର କ୍ଷେତ୍ର ଉନ୍ନୟନ ପାଇଁ ୨୧.୦୪ ଲକ୍ଷ,ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୧୬୧.୭୭ ଲକ୍ଷ,ଶକ୍ତି ପାଇଁ ୭.୮୪ ଲକ୍ଷ,ଶିଳ୍ପ ଓ ଖଣିଜ ପଦାର୍ଥ ପାଇଁ ୨.୪୭ ଲକ୍ଷ,ଗମନାଗମନ ପାଇଁ ୪୪୨.୭୫ ଲକ୍ଷ,ବିଜ୍ଞାନ, ପ୍ରଜୁକ୍ତି ବିଦ୍ୟା ଓ ପରିବେଶ ପାଇଁ ୨୪.୪୨ ଲକ୍ଷ,ଅର୍ଥନୈତିକ ସେବା ପ୍ରକଳ୍ପ ପାଇଁ ୪.୮୭ ଲକ୍ଷ,ସମାଜସେବା ପାଇଁ ୪୨୦.୩୯ ଲକ୍ଷ ମଂଜୁର କରାଯାଇଛି।ବୈଠକରେ ଯୋଜନା ଓ ପରିସଂଖ୍ୟନ ଉପନିର୍ଦେଶକ ହରମୋହନ ବିଶ୍ବାଳ ସିଡିଏପିର ଅନ୍ତର୍ଗତ ପ୍ରକଳ୍ପଗୁଡିକର ତାଲିକା ଉପସ୍ଥାପନା କରିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୁୟାଁ ଧନ୍ୟାବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର