ବର୍ଷା ପ୍ରଭାବରେ ମାଲକାନଗିରିରେ ୧୯୭୧ ହେକ୍ଟର ଜମିର ଫସଲ ନଷ୍ଟ

ମାଲକାନଗିରି: ଲଘୁଚାପ ପ୍ରଭାବରେ ମାଲକାନଗିରି ସମେତ ପଡ଼ିଆ, ମାଥିଲି, କୋରକୋଣ୍ଡା ଓ କାଲିମେଳାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଏସବୁ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟା ପରିସ୍ଥିତି ଉପୁଜିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।  ମାଲକାନଗିରିରୁ କୋରାପୁଟ ଜିଲ୍ଲା ଜୟପୁର, ମାଲକାନଗିରିରୁ ମୋଟୁ, ମାଲକାନିଗିରିରୁ କାଲିମେଳା ଓ ମାଲକାନଗିରିରୁ ବାଲିମେଳାର ଯୋଗାଯୋଗ ବିଛିନ୍ନ ହୋଇଛି। ସେହିପରି ବର୍ଷା ଲାଗି ରହିବାରୁ ବନ୍ୟାରେ ମାଲକାନଗରିରି ଜିଲ୍ଲାର ୯୩୩ ଗାଁ ପ୍ରଭାବିତ ହୋଇଛି । ଏଥିସହିତ ୩୨୧ଟି ଘର ଭାଙ୍ଗିଛି ଯାଇଛି। ମାଲକାନଗିରିରେ ୪୬୩ ଦଶମିକ ୨୦ ମିଲିମିଟର ବର୍ଷା ରେକର୍ଡ ହୋଇଛି।

Communication cut-off between Malkangiri and Balimela - OrissaPOST

ମାଲକାନଗିରି ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ବର୍ଷା ପ୍ରଭାବରେ  ୧୯୭୧ ହେକ୍ଟର ଜମିର ଫସଲ ନଷ୍ଟ ହୋଇଯାଇଥିବା ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ଏଥିସହ କ୍ଷୟକ୍ଷତି ଆକଳନ ଚାଲିଛି ଏବଂ ରିପୋର୍ଟ ଆସିବା ପରେ ପରବର୍ତ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ମାଲକାନଗିରି ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣି। ମନ୍ତ୍ରୀଙ୍କ ସହ ଏସଆରସି ମଧ୍ୟ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି ।

ସମ୍ବନ୍ଧିତ ଖବର