ମାଲକାନଗିରି: ମାଲକାନଗିରିର ସଦର ମହକୁମାରେ କାର୍ଯ୍ୟରତ ଜନୈକ ବନପାଳଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହେବା ପରେ ଆଜି ମାଲକାନଗିରି ପୁଲିସ ବନପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ମାଲକାନଗିରି ଆଇଆଇସି ରାମ ପ୍ରସାଦ ନାଗଙ୍କ କହିବା ଅନୁଯାୟୀ ଓର୍କେଲ ଥାନା ଅଂଚଳରେ ଜଣେ ଜନୈକା ଯୁବତୀଙ୍କ ସହ ବନପାଳ ମୁରଲୀଙ୍କର ପରିଚୟ ହୋଇଥିଲା। ଏପ୍ରିଲ ମାସ ୫ ତାରିଖ ଦିନ ଯୁବତୀ ଜଣକ ବନପାଳ ମୁରଲୀଙ୍କ ବାସଭବନକୁ ବୁଲିବାକୁ ଯାଇଥିଲେ। ବନପାଳ ସେହି ଦିନ ରାତିରେ ଯୁବତୀଙ୍କ ଅନିଛା ସତ୍ତ୍ୱେ ତାକୁ ଦୁଷ୍କର୍ମ କରିଥିଲେ। ପରେ ପୀଡିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ। ଏହି ବିଷୟରେ କାହାକୁ ନଜଣାଇବା ପାଇଁ ବନପାଳ ଯୁବତୀଙ୍କୁ କହିଥିଲେ। ପରେ ଏହି ଘଟଣା ପଦାକୁ ଆସିବା ସହ ଦୁଇ ପରିବାର ମଧ୍ୟ ଏ ସଂପର୍କ ବିଷୟରେ ଜାଣିବାକୁ ପାଇଲେ। ଉଭୟ ପରିବାର ମିଶି ଦୁହିଁଙ୍କୁ ବିବାହ କରାଇବା ପାଇଁ ମନସ୍ଥ କରିଥିଲେ। ପରେ ପୁଣି ଗତ ଏପ୍ରିଲ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ବନପାଳ ମୁରଲୀ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିଆସୁଥିଲେ। ଏହା ପରେ ବନପାଳ ଯୁବତୀଙ୍କୁ ବୁଝାସୁଝା କରି ତାଂକ ଘରକୁ ପଠାଇ ଦେଇଥିଲେ।
କିଛି ଦିନ ଯିବା ପରେ ଯୁବତୀଙ୍କ ପରିବାର ଲୋକେ ବିବାହ ପାଇଁ କହିବା ଆରମ୍ଭ କରିବାରୁ ଯୁବତୀ ବନପାଳ ମୁରଲୀକୁ ବିବାହ ପାଇଁ ବାଧ୍ୟ କରିଥିଲା। ତେବେ ମୁରଲୀ ବିବାହ କରିବାକୁ ସଂପୂର୍ଣ୍ଣ ମନା କରିଦେଇଥିଲା। ଏପରିକି ଯୁବତୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ କରାଯାଇଛି। ବିବାହ କରିବାକୁ ମନା କରିବା ପରେ ଯୁବତୀ ଜଣକ ଏସଡିଜେଏମ କୋର୍ଟରେ ଏତଲା ଦାୟର କରିଥିଲେ। ଏସଡିଜେଏମଙ୍କ ନିର୍ଦେଶକ୍ରମେ ମାଲକାନଗିରି ପୁଲିସ କେଶ ନମ୍ବର ୨୪୪ରେ ରୁଜୁ କରି ବନପାଳ ମୁରଲୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Mkg-Forester-Murali-Anugulia-3.jpg)