ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମାରେ ଲାଲ ଆତଙ୍କ। ଶୁକ୍ରବାର ବିଳମ୍ବିତ ରାତିରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ମିନି ଟ୍ରକକୁ ମାଓବାଦୀ ଜାଳି ଦେଇଛନ୍ତି। ଗତକାଲି ମାଓବାଦୀମାନେ ଭାରତ ବନ୍ଦ ଡାକରା ଦେଇଥିଲେ। ସୁକୁମା ଅଞ୍ଚଳରେ ଅନେକ ସ୍ଥାନରେ ପୋଷ୍ଟର ମାରି ବନ୍ଦ ପାଳନ ଲାଗି ଆହ୍ଵାନ ଦେଇଥିଲେ।
ସେହିପରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀମାନେ ନୂଆଗୁଡ଼ା ଓ ପାପୁଲର ଆଦି ପଞ୍ଚାୟତରେ ମାଓ ପୋଷ୍ଟର ଲାଗାଇଛନ୍ତି। ଏହି ପୋଷ୍ଟର ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। କାର୍ଲମାର୍କ୍ସଙ୍କ ୨୦୦ତମ ଜନ୍ମ ଦିବସ ପାଳନ ଲାଗି ପୋଷ୍ଟରରେ ଅହ୍ଵାନ ଦିଆଯାଇଛି। ପୋଷ୍ଟରରେ ସିପିଆଇ ମାଓବାଦୀ ବୋଲି ଉଲ୍ଲେଖ ରହିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/images-11.jpg)