ମାଲକାନଗିରିରେ ମନ୍ତ୍ରୀ ଏବଂ ନିଗମ ଅଧ୍ୟକ୍ଷମାନେ ପାଳିଲେ ରାଖୀ ବନ୍ଧନ

ମାଲକାନଗିରି: ଗତ ତିନି ଚାରି ଦିନ ଧରି ରାଜ୍ୟର ୮ ଜଣ ମନ୍ତ୍ରୀ ଏବଂ ୧୦ ଜଣ ନିଗମ ଅଧ୍ୟକ୍ଷ ଉପସ୍ଥିତ ରହି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରୁଛନ୍ତି।ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ଆଜି ପବିତ୍ର ରାଖୀ ବନ୍ଧନ ଉତ୍ସବ ରହିଥିବାରୁ ମନ୍ତ୍ରୀମାନେ ଏବଂ ନଗମ ଅଧ୍ୟକ୍ଷମାନେ ଏହି ଦିବସକୁ ମାଲକାନଗିରିବାସୀଙ୍କ ସହ ପାଳିଥିଲେ। ବିଭିନ୍ନ ସଂଗଠନର ମହିଳା, କଲେଜ ଛାତ୍ରୀ, ବିଜେଡି ମହିଳା କର୍ମୀଙ୍କ ସହ ମନ୍ତ୍ରୀମାନେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ। ସମସ୍ତ ମନ୍ତ୍ରୀଙ୍କୁ ରାଖୀ ବାନ୍ଧିବା ସହ ମିଷ୍ଟାନ ଖୁଆଇଥିଲେ। ଏଥିସହ ମନ୍ତ୍ରୀମାନଙ୍କ ଠାରୁ ଆର୍ଶିବାଦ ନେଇଥିଲେ।

ତେବେ ଅଭିନେତାରୁ ରାଜନେତା ବନିଥିବା ଆକାଶ ଦାସ ନାୟକଙ୍କ ନିକଟରେ ବହୁ ଯୁବତୀ ଉପସ୍ଥିତ ରହି ରାକ୍ଷୀ ବାନ୍ଧିବା ସହ ସେଲଫି ମଧ୍ୟ ନେଉଥିବା ଦେଖିବାକୁ ମିଳିଥିଲା। ମାଲାକନଗିରିବାସୀଙ୍କ ପାଇଁ ଏହା ଥିଲା ଏକ ଐତିହାସିକ ମୁହୂର୍ତ୍ତ । ଏତେ ସଂଖ୍ୟକ ମନ୍ତ୍ରୀ କେବେ ମଧ୍ୟ କେଉଁ ଜିଲ୍ଲାକୁ ଯାଇ ଏତେ ଦିନ ରହିବା ନଜିର ନାହିଁ।ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ମନ୍ତ୍ରୀମାନେ ବେଶ ଆନନ୍ଦିତ ହୋଇଥିବା କହିଥିଲେ।

ସମ୍ବନ୍ଧିତ ଖବର