ମୋଦିଙ୍କ ସଫଳତାରେ ଖୁସି ହୋଇ ମାଗଣାରେ ଚା’ ବାଣ୍ଟିଲେ ମାଲକାନଗିରିର ରମେଶ ଦୋରା

ମାଲକାନଗିରି: ମୋଦିଙ୍କ ସଫଳତାରେ ମୋଦିପ୍ରେମୀଙ୍କ ଖୁସି କହିଲେ ନସରେ । ବିଜୟ ପରେ ମୋଦିଙ୍କ ପ୍ରଶଂସକ ବିଭିନ୍ନ ଢ଼ଙ୍ଗରେ ଉତ୍ସବ ମନାଉଛନ୍ତି । ମୋଦିଙ୍କ ବିଜୟରେ ଝୁମି ଉଠୁଛନ୍ତି ଲୋକେ । କିଏ ମିଠା ବାଣ୍ଟି ଖୁସି ତ କିଏ ମୋଦିଙ୍କ ନାମ ଛାତିରେ ଲେଖୁଛି।  ପୁଣି ଆଉ କିଏ ଲୋକସଭା ନିର୍ବାଚନରେ ସଫଳତା ପାଇଁ ମୋଦିଙ୍କ ସିନେମା ଦେଖିବା ପାଇଁ ପୁରା ହଲ୍‌ ବୁକ୍‌ କରିଛି ।

ମାଲକାନଗିରିରେ ମଧ୍ୟ ଏମିତ ଜଣେ ମୋଦି ପ୍ରେମୀ ରହୁଛନ୍ତି। ବିଜୟ ପରେ ମାଲକାନଗିରି ସଦର ମହକୁମା ସ୍ଥିତ ନେତାଜୀ ସୁବାଷ ବୋଷ ଛକ ନିକଟରେ ଜଣେ ମୋଦି ସମର୍ଥକ ମାଗଣାରେ ଚା’ ବାଂଟିଛନ୍ତି । ନିର୍ବାଚନ ଫଳାଫଳ ଆସିବା ଘୋଷଣା ପରେ ଚା ଦୋକାନୀ ରମେଶ ଦୋରା ଖୁସିରେ ଆତ୍ମହରା ହୋଇ ଗ୍ରାହକଙ୍କୁ ମାଗଣାରେ ଚା’ ବାଣ୍ଟିଛନ୍ତି ।

ବିଜେପ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ରାଷ୍ଟ୍ରବାଦ ଆଧାରରେ ବିଜେପି ଏକାକୀ ବହୁମତ ହାସଲ କରିଛି । ସାରା ଦେଶରେ ମୋଦିଙ୍କ ଚର୍ଚ୍ଚା ଚାଲିଛି। ପ୍ରଥମ ଥର ପାଇଁ ମୋଦି ଜଣେ ଅଣକଂଗ୍ରେସ ଦଳର ନେତା ଭାବେ ୫ ବର୍ଷ ପୁରଣ କରି ପୁଣି ଥରେ ଶାସନ କ୍ଷମତାକୁ ଫେରୁଛନ୍ତି । ଦେଶର ୧୫ତମ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।

ସମ୍ବନ୍ଧିତ ଖବର