ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ, ଆଠ କିଲୋମିଟର ଭାରରେ ବୁହା ହୋଇ ଆଣିବା ବେଳେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ମହିଳା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମନ୍ତ୍ରୀପୁଟ ଗାଁରେ ପୁଣିଥିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅନ୍ତସ୍ୱତ୍ତା ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆଠ କିଲୋମିଟର ଭାରରେ ବୁହା ହୋଇ ଆମ୍ବୁଲାନ୍‌ସ ପାଖକୁ ଅଣା ଯାଇଥିଲା।
ତେବେ ଏହା ପ୍ରଥମ ଘଟଣା ନୁହେଁ ଗତ ସୋମାବାର ମଧ୍ୟ ମନ୍ତ୍ରୀପୁଟ ଗାଁର ମୋତି ହନ୍ତାଳଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଭାରରେ ବୋହି ଆମ୍ବୁଲାନ୍‌ସ ନିକଟକୁ ଅଣାଇଥିଲା। ହେଲେ ବାଟରେ ହିଁ ମୋତି ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

ସୂଚନାଯୋଗ୍ୟ, ମନ୍ତ୍ରୀପୁଟ ଗାଁରେ ବସବାସ କରୁଥିବା ପଦ୍ମିନୀ ମୁଦୁଲିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍‌ସକୁ ଫୋନ୍‌ କରି ଡକାଇଥିଲେ । ହେଲେ ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍‌ସଟି ଗାଁ ଠାରୁ ୮ କିଲୋମିଟର ଦୂରରେ ଅଟକି ରହି ଯାଇଥିଲା। ତେଣୁ ବାଧ୍ୟ ହୋଇ ପଦ୍ମିନୀଙ୍କ ପରିବାର ଲୋକେ ତାଙ୍କୁ ଏକ ଭାରରେ ଆମ୍ବୁଲାନ୍‌ସ ପାଖକୁ ଆଣିଥିଲେ। ଏହାପରେ ଆମ୍ବୁଲାନ୍‌ସ ଯୋଗେ ତାଙ୍କୁ ଅର୍କେଲ ଡାକ୍ତରଖାନା ନେବା ସମୟରେ ହିଁ ଆମ୍ବୁଲାନ୍‌ସରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।

ସମ୍ବନ୍ଧିତ ଖବର