ମାଲକାନଗିରି: ଷ୍ଟୋନ କ୍ରସର ବିସ୍ଫୋରଣରେ ୨ ମୃତ, ଜଣେ ଗୁରୁତର

ମାଲକାନଗିରି: ମାଲକାନଗିରି ଷ୍ଟୋନ କ୍ରସରରେ ପଥର ଖଣିରେ କାମ କରୁଥିବା ବେଳେ ବିସ୍ପୋରଣ ଘଟି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବାବୁଲା ହନ୍ତାଳ ଓ ରାମ ସମରଥ। ଏହାସହ ଜଣେ ଶ୍ରମିକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଆହତ ଶ୍ରମିକ ଜଗା ମୂଷାକିଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତି କରାଯାଇଛି। ଡିନାମାଇଟ ବିସ୍ପୋରଣ ପାଇଁ ବ୍ୟାଟେରି ସଂଯୋଗ କରୁଥିବା ବେଳେ ଏହି ବିସ୍ପୋରଣ ଘଟିଥିବା କୁହାଯାଇଛି। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଚଳାଇଛି।

 

ସମ୍ବନ୍ଧିତ ଖବର