ପ୍ରତିଶ୍ରୁତି ପାଲଟିଛି ପାଣିର ଗାର, ଗାଁକୁ ରାସ୍ତା ନଥିବାରୁ ଭୋଟ ବର୍ଜନ ନିଷ୍ପତ୍ତି ନେଲେ ୭ଟି ଗାଁ

ମାଲକାନଗିର: ମାଲକାନଗିରି ସହର ଉପକଣ୍ଠରେ ଥିବା ଗୌଡଗୁଡା ନିର୍ମିାଣଧୀନ ରାସ୍ତାର ଅବସ୍ଥା ବେଶ୍‌ ଦୟନୀୟ ହୋଇପଡ଼ିଛି। ନିର୍ବାଚନ ପରେ ନିର୍ବାଚନ ବିତି ଯାଉଥିଲେ ହେଁ ଗାଁକୁ ରାସ୍ତା ଟିଏ ନିର୍ମାଣ ହୋଇ ପାରୁ ନ ଥିବାରୁ ଏଥର ସାତଟି ଗାଁର ଲୋକେ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି। ଉତ୍ୟକ୍ତ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଘେରି ୧୦ ଦିନ ଭିତରେ ରାସ୍ତା ନିର୍ମାଣ ଲାଗି ଚେତାବନୀ ଦେବା ସହ ଯନ୍ତ୍ରୀଙ୍କୁ ଗାଁରୁ ଘୋଉଡାଇ ଦେଇଛନ୍ତି ।

ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ରାସ୍ତା ର୍ନିମାଣ ସରୁ ନଥିବାରୁ ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଞ୍ଚାୟତବାସୀଙ୍କୁ ଭୋଟ ବର୍ଜନ ନିଷ୍ପତି ଶୁଣାଇଛନ୍ତି ଗ୍ରାମବାସୀ। ମାଲକାନଗିରି ସହରରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଗୌଡଗୁଡା ପଞ୍ଚାୟତର ଲୋକ ଯାତାୟାତ ପାଇଁ ପ୍ରତି ଦିନ ସଂଘର୍ଷ କରୁଛନ୍ତି । ୫ ବର୍ଷ ହେବ ଗାଁକୁ ସଂଯୋଗ ପାଇଁ ରାସ୍ତା ନିର୍ମାଣ ଚାଲିଛି ଯେ, ଶେଷ ହେବାର ନାହିଁ, ତେଣୁ ଦୁର୍ଦ୍ଦଶା ଭୋଗିବାକୁ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି ।

ଏହି ରାସ୍ତା ଦେଇ ଖରା ବର୍ଷା ସବୁ ଦିନ ଦୟନୀୟ ଅବସ୍ଥାରେ ଯାତାୟତ କରିଥାନ୍ତି ଗୌଡଗୁଡା ସମେତ ଏମ.ଭି -୯, ଏମ-ଭି ୧୦ ପରି ୭ ଟି ଗାଁର ଜନତା ଯ ରାସ୍ତା ନିର୍ମାଣ କାମ ସାରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଇ ନିରାସ ହେବା ପରେ ଚଳିତବର୍ଷ ଲୋକସଭା ନିର୍ବାଚନ ପାଇଁ ଭୋଟ୍‌ ବର୍ଜନ ନିଷ୍ପତି ନେଇଛନ୍ତି । ଆଉ ଗାଁକୁ ଆସିଥିବା ପ୍ରଶାସନିକ ଅଧିକାରୀଙ୍କୁ ଘେରିବା ସହ ଗାଁରୁ ତଡି ଦେଇଛନ୍ତି ।

୧. ୫ ବର୍ଷ ତଳେ ମାଲକାନଗିରି ମଶାଣି ନିିକଟସ୍ଥ ପି.ଡବ୍ଲୁ.ଡି ମୁଖ୍ୟ ରାସ୍ତା ଠାରୁ ଗୌଡଗୁଡା ଏବଂ କୌଇଲିପାରିକୁ ସଂଯୋଗ କରିବା ଉଦ୍ଦେଶ୍ୟ ରାସ୍ତା କାମ ଆରମ୍ଭ ହୋଇଥିଲା ।

୨. ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୫ କିଲୋମିଟର ରାସ୍ତା ପାଇଁ ୫ କୋଟି ୬୫ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ମାଲକାନଗିରିର ଜଣେ ଠିକାଦାରଙ୍କୁ ଦିଆଯାଇଥିଲା ।

୩. ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ୱାବଧାନରେ ରାସ୍ତା କାମ ଚାଲିଥିବା ବେଳେ କାମ ଅଧାରୁ ଅଧା ଟଙ୍କା ନେଇ ଫେରାର ଠିକାଦାର ।

ତେବେ ନିର୍ବାଚନ ପୂର୍ବରୁ ରାସ୍ତା ନିର୍ମାଣ କାମ ଶେଷ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ କହିଛନ୍ତି। ଗତ ୨୦୧୪ ସାଧାରଣ ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନ ବର୍ଜନ ଲାଗି ମଧ୍ୟ ଧମକ ଦେଇଥିଲେ ଗ୍ରାମବାସୀ । ଆଉ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ପ୍ରତିଶ୍ରୁତିକୁ ଭରସା କରି ଭୋଟ୍‌ ଦେଇଥିଲେ । ହେଲେ ଏଥର ଆଉ ପ୍ରତିଶ୍ରୁତି ନୁହେଁ କାମ ନଦେଖିଲେ ଭୋଟ୍‌ ଦେବେ ନାହିଁ କି ନେତାଙ୍କୁ ପ୍ରଚାର ପାଇଁ ଗାଁକୁ ପୂରେଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ସମ୍ବନ୍ଧିତ ଖବର