ନକ୍ସଲଙ୍କ ସ୍ପାଇକ ହଲରେ ପଶି ୨ ମହିଳା ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ନକ୍ସଲଙ୍କ ସ୍ପାଇକ ହଲରେ ପଶି ଦୁଇ ମହିଳା ଗୁରୁତର ଆହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଅରନପୁର ଥାନା ଅନ୍ତର୍ଗତ ହିରୋଲୀ ଗ୍ରାମ ନିକଟସ୍ଥ ଜଂଗଲରେ ସ୍ପାଇକ ହଲ ତିଆରି କରିଥିଲେ । କୌଣସି କାମରେ ଜଂଗଲରେ ବୁଲିଥିବା ସମୟରେ ଦୁଇ ମହିଳା ସ୍ପାଇକ ହଲରେ ପଡିଯାଇଥିଲେ । ଯାହାଫଳରେ ସେମାନେ ଆହତ ହୋଇଥିଲେ । ଆହତ ଦୁଇ ଜଣ ମହିଳା ହେଲେ ସୋନାଦେଇ(୪୫) ଏବଂ ଯୋଗୀ କୁଞ୍ଜାମ(୨୫) । ପୁଲିସ ଖବର ପାଇ ତୁରନ୍ତ ଜଂଗଲରୁ ଏମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସପିଟାଲରେ ଭର୍ତ୍ତି କରିଥିଲା । ଚିକିତ୍ସା ପରେ ଦୁଇ ମହିଳା ବିପଦମୁକ୍ତ ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉକି ଏହି ଅଂଚଳରେ ନକ୍ସଲ ସ୍ପାଇକ ହଲ ତିଆରି କରି ବହୁ ଗ୍ରାମବାସୀ ଏବଂ ଗାଈଗୋରୁଙ୍କୁ ଆହତ କରିସାରିଛନ୍ତି । ଯବାନଙ୍କୁ ଟାର୍ଗେଟ କରି ଏହା ତିଆରି କରାଯାଇଥିବା ବେଳେ ନିରୀହ ଜନତା ଏଥିରେ ଫସୁଛନ୍ତି ।

ସମ୍ବନ୍ଧିତ ଖବର