କାଲିମେଳା : ଆଜି ସକାଳୁ ମାଲକାନଗିରି ଜିଲ୍ଲା କାଲିମେଳାରୁ ଏକ ବିରଳ ପ୍ରଜାତିର ଧଳା ପେଚା ଠାବ କରାଯାଇଛି । ଆଜି ଭୋର ସମୟରେ କାଲିମେଳା ଜଗନାଥ ମନ୍ଦିର ସମୁଖରେ ଏହି ବିରଳ ଛୁଆ ଧଳା ପେଚାଟି ରାସ୍ତାରେ ପଡି ଥିବାର ଦେଖିବାକୁ ମିଳି ଥିଲା । ବାଟରେ ଯାଉଥିବା କିଛି ଯୁବକ ଏହି ପେଚାଟିକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ । ଛୁଆ ପେଚାଟି ଶୀତରେ ଥରୁ ଥିବା ବେଳେ ଉଡି ପାରୁନାହିଁ । ପେଚାଟି ମାତ୍ର କିଛି ଦିନର ହୋଇଥିବାର ଅନୁମାନ କରାଯାଉଛି । ପବିତ୍ର କାର୍ତିକ ମାସ ପଞ୍ଚୁକର ପ୍ରଥମ ଦିନରେ ଜଗନ୍ନାଥ ମନ୍ଦିର ସମୁଖରୁ ଏହି ଧଳା ପେଚା କୁ ଠାବ କରା ଯିବା ଘଟଣା ଶୁଭ ସୂଚନା ବୋଲି କୁହା ଯାଉଛି
କାଲିମେଳାରୁ ବିରଳ ଧଳା ପେଚା ଠାବ
/sambad/media/post_attachments/wp-content/uploads/2020/11/WhatsApp-Image-2020-11-25-at-20.29.20.jpeg)