ମାଲକାନଗିରି: ମାଲକାନଗିରି ଜିଲ୍ଲା ପାହାଡ ଉପରେ ବସବାସ କରୁଥିବା ଆଦିମ ଜନଜାତି ବଣ୍ଡାଙ୍କ ପାଖରେ ସରି ଆସିଲାନି ରାସନ ସାମଗ୍ରୀ। ଏଥିସହ ମିଳୁନି ପନିପରିବା, ଯାହାକୁ ନେଇ ଚିନ୍ତା ଘାରିଲାନି ବଣ୍ଡା ଜନଜାତିଙ୍କ ମଧ୍ୟରେ।ବଣ୍ଡା ଜନଜାତି ଘରର ରାସନ ପାଇଁ ସାପ୍ତାହିକ ବଜାର ଉପରେ ନିର୍ଭର କରିଥାନ୍ତି।ଗତ ୫ ତାରିଖରୁ ସାପ୍ତାହିକ ବଜାରଗୁଡିକ ବନ୍ଦ ରହିଛି। ତେଣୁ ସଂଚୟ ଥିବା ରାସନ ସାମଗ୍ରୀ ସରିଆସୁଥିବା ବେଳେ ସପ୍ତାହ ହେବ ପନିପରିବା ବି ସରିଯାଇଛି।ଏପଟେ ଲକ୍ ଡାଉନର ଅବଧି ୧ ତାରିଖ ଯାଏଁ ବଢିବା ପରେ କଣ ଖାଇ ବଂଚିବେ ସେନଇ ଚିନ୍ତାରେ ଏବେ ଆଦିମ ଜନଜାତି।ପ୍ରଶାସନ କହିଛି ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଜିଲ୍ଲାପାଳ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସମୁଦ୍ର ପତନ ଠାରୁ ୫୫୦୦ ଫୁଟ ଉପରେ ମାଲକାନଗିରି ଜିଲ୍ଲାର ଦୁର୍ଗମ ଖଇରପୁଟ ବ୍ଲକର ଘାଟି ଉପରେ ଥିବା ବାଣ୍ଡିଗୁଡା ଗାଁ।ଯେଉଁ ଗାଁ ବଣ୍ଡା ଘାଟି ଉପରେ ରହିଥିବା ବେଳେ ବାସ କରନ୍ତି ବଣ୍ଡା ସଂପ୍ରଦାୟର ଲୋକେ।ଆଉ ଏଠି ବସବାସ କରନ୍ତି ଶହେରୁ ଉର୍ଦ୍ଧ୍ବ ପରିବାର।ଏବେ ଏମାନଙ୍କୁ ଘେରିଛି ଖାଇବା ଚିନ୍ତା।କାରଣ ଗତ ୫ ତାରିଖ ଠାରୁ କରୋନା କଟକଣା ଯୋଗୁଁ ଲକ୍ ଡାଉନ ଚାଲିଥିବା ବେଳେ ଘାଟିକି ନା ଚାଲୁଛି ଗାଡି ନା ଚଳପ୍ରଚଳ।ଯେଉଁଥିପାଇଁ ଏହି ଗାଁର ଲୋକେ ସଂଚୟ କରିଥିବା ସମସ୍ତ ରାସନ ସାମଗ୍ରୀ ଏକ ପ୍ରକାର ଶେଷ ହେବାକୁ ବସିଲାଣି।ନା ଅଛି ନିକଟରେ କୌଣସି ଦୋକାନ ନା ମିଳୁଛି ରାସନ ସାମଗ୍ରୀ।କଣ ଖାଇ ବଂଚିବେ ସେନେଇ ଚିନ୍ତାରେ ଗାଁର ଲୋକେ।କେବଳ ଏହି ବାଣ୍ଡିଗୁଡା ଗ୍ରାମ ନୁହଁ ,ଏହି ଘାଟି ଉପରେ ବାସ କରୁଥିବା ଆଦିମ ଜନଜାତି ବଣ୍ଡାଙ୍କର ୩୨ଟି ଗ୍ରାମରେ ଏଭଳି ଦୁର୍ଦଶା ଚିତ୍ର । ବଣ୍ଡା ଜନଜାତି ସପ୍ତାହକୁ ଥରେ ସାପ୍ତାହିକ ହାଟକୁ ଯାଇଥାନ୍ତି।ସଂଗ୍ରହ କରିଥିବା ଜଂଗଲଜାତ ଦ୍ରବ୍ୟ କମ୍ବା ଅନ୍ୟ ସାମଗ୍ରୀକୁ ବିକ୍ରି କରିବା ପରେ ସପ୍ତାହକ ପାଇଁ ଆଣିଥାନ୍ତି ରାସମ ସାମଗ୍ରୀ।ଘାଟିରେ କରୋନା ଛୁଇଁବା ପରେ ନିକଟସ୍ଥ ଆନ୍ଧ୍ର ବଜାର ଯିବା ରାସ୍ତାକୁ ମଧ୍ୟ ସିଲ କରିଦେଇଛି ପ୍ରଶାସନ।ଏବର ଲକ୍ ଡାଉନର ଅବଧି ୧ ତାରିଖ ଯାଏଁ ବଢିଥିବା ବେଳେ ଆଗାମୀ ଦିନରେ ସରକାର କଣ କଟକଣା ଜାରି କରିବେ ତାହା କାହାରିକୁ ଜଣାନାହିଁ।ତେଣୁ ଯଦିଓ ଚାଉଳ ଲୋକଙ୍କ ନିକଟରେ କିଛି ମାତ୍ରାରେ ମହଜୁଦ ରହିଛି,କିନ୍ତୁ ଲୁଣ, ମସଲା ପରି ସାମଗ୍ରୀ ସରିଯାଇଥିବା ବେଳେ କିଭଳି ଖାଇବେ ତାହାକୁ ନେଇ ଚିନ୍ତା ଘାରିଛି।
ଖାଦ୍ୟ ସାମଗ୍ରୀ ସରିଯାଇଥିବା କଥା ବଣ୍ଡା ଜନଜାତି ପ୍ରଶାସନକୁ ଜଣାଇବା ପରେ ଜିଲ୍ଲାପାଳ କହିଛନ୍ତି ଘାଟିରେ କିଭଳି ଲୋକଙ୍କ ପାଖରେ ରାସନ ସାମଗ୍ରୀ ପହଞ୍ଚିବ ସେନେଇ ବ୍ୟବସ୍ଥା କରାଯିବ।କେବଳ ରାସନ ସାମଗ୍ରୀ ନୁହଁ ଅନ୍ୟ ମୌଳିକ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଵାଇ.ବିଜୟ ପ୍ରତିଶ୍ରୁତି ଦେଇଛନ୍ତି।ଯଦି ପ୍ରଶାସନ ଲୋକଙ୍କ ପାଖରେ ଅତ୍ୟାବଶକୀୟ ସାମଗ୍ରୀ ଖୁବଶୀଘ୍ର ନପହଞ୍ଚାଏ ତେବେ କରୋନା ସଂକଟକୁ ଭାରି ପଡିଯିବ ଖାଦ୍ୟ ସଂକଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Mkg-Banda-ghati-re-rasan-sarila-2.jpg)