ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ମାଛିଆମ୍ବ ନିକଟରେ ଲଗାଯାଇଥିବା ପ୍ରାୟ ୨୨ ଏକ ସରକାରୀ ଜମିରେ ଗଂଜେଇ ଗଛକୁ ନଷ୍ଟ କରାଯାଇଛି। ଜିଲ୍ଲାପାଳ ମନିଷ ଅଗ୍ରଵାଲଙ୍କ ନିର୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ବରେ ଚଡାଉ କରାଯାଇ ପ୍ରାୟ ୨ କୋଟି ଟଂକାର ଗଂଜେଇ ଗଛକୁ ନଷ୍ଟ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ କର୍ମଚାରୀ ଏହି ଅଂଚଳରେ ଚଢାଉ କରିଥିଲେ। ପ୍ରାୟ ୨୬ ହଜାର ୪୦୦ ଗଛକୁ ନଷ୍ଟ କରାଯାଇଛି। ମାଲକାନଗିରି ଜିଲ୍ଲାରେ ଗଂଜେଇ ଚାଷ ବେଧଡକ ଚାଲିଥିବା ବେଳେ ପୁଲିସ ଏବଂ ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇ ଗଂଜେଇ ଗଛକୁ ନଷ୍ଟ କରାଯାଉଛି। ଏହିକ୍ରମରେ ଆଗାମୀ ଦିନରେ ମଧ୍ୟ ଚଢାଉ କରାଯାଇ ଗଂଜେଇ ଗଛକୁ ନଷ୍ଟ କରାଯିବା ସହ ଗଂଜେଇ ଚାଲାଣକୁ ମଧ୍ୟ ରୋକ ଲଗାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
୨କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
/sambad/media/post_attachments/wp-content/uploads/2018/12/malkan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)