କାଲିମେଳାରୁ ବିରଳ ଧଳା ପେଚା ଠାବ

କାଲିମେଳା : ଆଜି ସକାଳୁ  ମାଲକାନଗିରି  ଜିଲ୍ଲା କାଲିମେଳାରୁ ଏକ ବିରଳ ପ୍ରଜାତିର ଧଳା ପେଚା  ଠାବ କରାଯାଇଛି । ଆଜି ଭୋର ସମୟରେ କାଲିମେଳା ଜଗନାଥ ମନ୍ଦିର ସମୁଖରେ ଏହି ବିରଳ ଛୁଆ ଧଳା ପେଚାଟି ରାସ୍ତାରେ ପଡି ଥିବାର ଦେଖିବାକୁ ମିଳି ଥିଲା । ବାଟରେ ଯାଉଥିବା କିଛି ଯୁବକ ଏହି ପେଚାଟିକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ ।  ଛୁଆ ପେଚାଟି ଶୀତରେ ଥରୁ ଥିବା ବେଳେ ଉଡି ପାରୁନାହିଁ । ପେଚାଟି ମାତ୍ର କିଛି ଦିନର ହୋଇଥିବାର ଅନୁମାନ କରାଯାଉଛି । ପବିତ୍ର କାର୍ତିକ ମାସ ପଞ୍ଚୁକର ପ୍ରଥମ ଦିନରେ ଜଗନ୍ନାଥ ମନ୍ଦିର ସମୁଖରୁ ଏହି ଧଳା ପେଚା କୁ ଠାବ କରା ଯିବା ଘଟଣା ଶୁଭ ସୂଚନା ବୋଲି କୁହା ଯାଉଛି

ସମ୍ବନ୍ଧିତ ଖବର