ପୁଲିସ୍‌-ନକ୍ସଲ ମଧ୍ୟରେ ଗୁଳି ବିନିମୟ: ଖସିଗଲେ କ୍ୟାଡର ମାଓବାଦୀ, ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି- କୋରାପୁଟ ସୀମାରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଵିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଏସଓଜି ଏବଂ ଡିଭିଏଫ ଯବାନ ମାଲକାନଗିରି-କୋରାପୁଟ ସୀମାରେ ରହିଥିବା କୁଲାବେଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।

ଏହି ଗୁଳିବିନିମୟ ପ୍ରାୟ ଅଧଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ଚାଲିଥିଲା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛାତ୍ରଭାଙ୍ଗ ଦେଇଥିଲେ। ପରେ ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଗୋଟିଏ ଇନସାସ ବନ୍ଧୁକ ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି।ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ଏସପି ହୃଷିକେଶ ଖିଲାରୀ ପ୍ରକାଶ କରିଛନ୍ତି। ଏହି ଗୁଳିବିନିମୟରେ ବହୁ ନକ୍ସଲ ଆହତ ହୋଇଥିବା ନେଇ ଏସପି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ପୁଲିସ ଡିଜି ଆହ୍ୱାନ କରିଛନ୍ତି ଯେ ମାଓବାଦୀ ବନ୍ଧୁକ ଛାଡି ମୁଖ୍ୟସ୍ରୋତକୁ ଫେରି ଆସନ୍ତୁ। ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ସମ୍ବନ୍ଧିତ ଖବର