୧୧୨କିଲୋ ଗଞ୍ଜେଇ ଜବତ, ୩ଗିରଫ

ବାଲିମେଳା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଛକରୁ ଓର୍କେଲ ପୁଲିସ ଏକ କାର୍‌ରୁ ୧୧୨କିଲୋ ଗଞ୍ଜେଇ ଜବତ କରିଛି। ସେହିପରି ଗଞ୍ଜେଇ କାରବାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୭ଟାରେ ବାଲିମେଳା-ଜୟପୁର ମୁଖ୍ୟ ରାସ୍ତାର ଚିତ୍ରକୋଣ୍ଡା ଛକରେ ଓର୍କେଲ ଥାନା ଏସ୍‌ଆଇ ମାନସ ରଂଜନ ସ୍ୱାଇଁ ଏକ ଟିମ୍‌ ସହ ଯାନବାହନ ଯାଞ୍ଚ କରୁଥିଲେ। ଏହି ସମୟରେ ଚିିତ୍ରକୋଣ୍ଡା ପଟୁ ଆସୁଥିବା ଏକ କାର୍‌(ଜେଜି ୧୦ଏସି ୮୮୧୦)କୁ ପୁଲିସ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଗାଡି ଭିତରେ ୪ଟି ବସ୍ତାରେ ଗଞ୍ଜେଇ ରହିଥିବା ଜଣାପଡିଥିଲା। ପରେ ଗାଡି ଡ୍ରାଇଭର ମହମ୍ମଦ ମେହେତାବ ଆଲାମ, ଝାଡଖଣ୍ଡ ଅଞ୍ଚଳର ସର୍ଫରାଜ ଆଲାମ ଅନସାରୀ ଓ ମୁସ୍ତାକିମ ଅନସାରୀଙ୍କୁ ପୁଲିସ ଗଞ୍ଜେଇ କାରବାରରେ ଗିରଫ କରିଥିଲା।

ଜବତ ଗଞ୍ଜେଇ ଓ କାର୍‌ ସହ ଗିରଫ ବ୍ୟକ୍ତିଙ୍କୁ ଥାନାକୁ ନିଆଯାଇଥିଲା। ଜବତ ହୋଇଥିବା ଗଞ୍ଜେଇ ଚିିତ୍ରକୋଣ୍ଡାରୁ ଝାଡଖଣ୍ଡ ଚାଲାଣ ହେଉଥିବା ବେେଳେ ଗାଡିଟି ଝାଡଖଣ୍ଡ ଅଞ୍ଚଳର ବୋଲି ତଦନ୍ତକାରୀ ଅଧିକାରୀ ଅଧିକାରୀ ଏସ୍‌ଆଇ ସରୋଜ କୁମାର ସେଠୀ ସୂଚନା ଦେଇଛନ୍ତି। ଜବତ ହୋଇଥିବା ଗଞ୍ଜେଇ ୧୧୨କିଲୋ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ ଓର୍କେଲ ଥାନାରେ ଏକ ମାମଲା ରୁଜୁ କରାଯିବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁମିତ୍ରା ଜେନା କହିଛନ୍ତି।

ସମ୍ବନ୍ଧିତ ଖବର