ମାଲକାନଗିରି : ପୋଖରୀଗୁଡ଼ିକରେ ଡଙ୍ଗା ଭସାଇବା ନେଇ ୧୪୪ ଧାରା ଜାରି

ମାଲକାନଗିରି : ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମାରେ ଲୋକମାନେ ନଦୀ ପୋଖରୀରେ ଡଙ୍ଗା ଭସାଇବାର ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ଜିଲ୍ଲାର ପ୍ରମୁଖ ପୋଖରୀ ଓ ଜଳାଶୟଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି ।

କୌଣସି ବ୍ୟକ୍ତି ଏଥିରେ ଖିଲାପ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ପ୍ରଶାସନ କହିଛି । ମାଲକାନଗିରି ସହରର ବାଲିସାଗର, ତଲସହି ବଡ ବନ୍ଧ, ବଣ୍ଡା ବାକୁଲି ବନ୍ଧ, ଦୁର୍ଗାଗୁଡି ସାହି ବନ୍ଧ ରେ ଡଙ୍ଗା ଭସେଇବା ନେଇ ୧୪୪ ଧାରା ଜାରି ହୋଇଛି । ସେହିପରି ଜିଲ୍ଲାର କୋରୁକୋଣ୍ଡା, ଚିତ୍ରକୋଣ୍ଡା, ମାଥିଲି, କାଲିମେଳା, ମୋଟୁ, ଖଇରପୁଟ, ପଡିଆ ଏବଂ ଓରକେଲ ବନ୍ଧ ଓ ନଦୀ ଗୁଡିକରେ ଡଙ୍ଗା ନ ଭସେଇବା ନେଇ ଜିଲ୍ଲା ପ୍ରଶାସନ ତାଗିଦ କରିଛି। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଡ଼ାକବାଜି ଯନ୍ତ୍ରରେ ଏନେଇ ପ୍ରଚାର ପ୍ରସାର କରାଯାଇଥିଲା ।

ସମ୍ବନ୍ଧିତ ଖବର