ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଆହତ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିବାର ସୂଚନା ରହିଛି। କୋହକାମେଟା ଥାନା ଅନ୍ତର୍ଗତ କୁତୁଲ ଗାଁ ନିକଟରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ଆଇଟିବିପିର ୨ ଯବାନ ଆହତ ହୋଇଥିବାର ସୂଚନା ରହିଛି। ଆହତମାନଙ୍କୁ ନାରାୟଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏଣେ ଘଟଣା ସ୍ଥଳରେ ସର୍ଚ ଅପରେସନ ଜୋରଦାର କରାଯାଇଚି।

ସମ୍ବନ୍ଧିତ ଖବର