୩ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡକୁ ଲାଗି ରହିଥିବା ଭେରମଗଡ ଅଂଚଳର କସନାସୁର ଠା‌ରେ ଗତକାଲି ରାତିରେ ମାଓବାଦୀ ତିନି ଜଣ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ପ୍ରକାଶ ଥାଉକି କସନାସୁର ଅଂଚଳରେ ଗତ ଦିନରେ ସବୁଠାରୁ ବଡ ନକ୍ସଲ ଅପରେସନ ହୋଇଥିଲା। ଯେଉଁଥିରେ ୪୦ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ତେବେ ନକ୍ସଲ ଏହାକୁ ତୀବ୍ର ବିରୋଧ କରିଥିଲେ। ଏହାପରେ ଏହି ତିନି ଜଣ ମାଲୁ ଡୋଗେ ମାଣ୍ଡବି, କନ୍ନାରେଣୁ ମାଣ୍ଡବି ଏବଂ ଲାଲସୁ କଡଵଟି ପ୍ରମୁଖ ପୁଲିସକୁ ସୂଚନା ଦେଇଥିବା ଦର୍ଶାଇ ହତ୍ୟା କରାଯାଇଥିବା ସଂଦେହ କରାଯାଉଛି। ଦୀର୍ଘ ଦିନର ନିରବତା ପରେ ନକ୍ସଲ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ଏହି ଘଟଣା ପରେ ସମସ୍ତ ଗ୍ରାମବାସୀ ଗାଁ ଛାଡି ଚାଲିଯାଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର