ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଯିତେନ୍ଦ୍ର କୁମାର ଯାଦବ ଏବଂ ସିଆରପିଏଫ କମାଣ୍ଡାଣ୍ଟଙ୍କ ସମ୍ମୁଖରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାମରେ ୧ କୋଟି ୧୯ ଲକ୍ଷ ଟଙ୍କାର ପୁରସ୍କାର ରହିଥିବା ପୁଲିସ କହିଛି।

Advertisment

ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ପିଏଲଜିଏ ବାଟାଲିୟନ ନମ୍ବର ୧ର ୫ ଜଣ, ଏସିଏମ ୩ ଜଣ, ଏରିଆ କମିଟି ପାର୍ଟି ସଦସ୍ୟ ୧୧ ଜଣ, ପିଏଲଜିଏ ସଦସ୍ୟ ୨ଜଣ, ମିଲିସିଆ କମାଣ୍ଡର ୪ ଜଣ, ମିଲିସିଆ ଡେପୁଟି କମାଣ୍ଡର ଜଣେ, ମିଲିସିଆ ପ୍ଲାଟୁନ ସଦସ୍ୟ ୬ ଜଣ, ଅନ୍ୟ ଡିକେଏମଏସ ସଦସ୍ୟ, ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ମିଶାଇ ୯ ଜଣ ବୋଲି ପୁଲିସ କହିଛି। ଏମାନଙ୍କ ମଧ୍ୟରେ ୧୨ ଜଣ ମହିଳା ନକ୍ସଲ ରହିଥିବା ବେଳେ ୨୯ ଜଣ ପୁରୁଷ ନକ୍ସଲ ରହିଛନ୍ତି।

ଆହୁରି ପଢ଼ନ୍ତୁ: Maoists Surrender: ପୁଣି ୨୮ ମାଓବାଦୀଙ୍କ ଆତ୍ମସମର୍ପଣ: ମୁଣ୍ଡରେ ଥିଲା ୮୯ ଲକ୍ଷ ଟଙ୍କା ପୁରସ୍କାର

୫୬୦ ମାଓବାଦୀଙ୍କ ଆତ୍ମସମର୍ପଣ

ସୂଚନାଯୋଗ୍ୟ, ଆଜି ସୁଦ୍ଧା ବିଜାପୁର ଜିଲ୍ଲାରେ ୫୨୮ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୫୬୦ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଛନ୍ତି। ଗୁଳିବିନିମୟରେ ୧୪୪ ଜଣ ମାଓବାଦୀ ନିହତ ହୋଇଥିବା ପୁଲିସ କହିଛି। ଏମାନଙ୍କ ମଧ୍ୟରୁ ୯ ଜଣ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରହିଛି ଏବଂ ୩ ଜଣ ନାମରେ ୫ ଲକ୍ଷ ଲେଖାଏଁ ରହିଛି। ପୁଲିସ ପ୍ରଶାସନ ତରଫରୁ ସମସ୍ତ ନକ୍ସଲଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ସେମାନଙ୍କୁ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ। ଲଗାତାର ନକ୍ସଲ ଦଳ ଛାଡିଲେଣୁ। ଆସନ୍ତା ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଜଂଗଲ ନକ୍ସଲ ଶୂନ୍ୟ ହେବ ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି ପ୍ରକାଶ କରିଛନ୍ତି। 

ଆହୁରି ପଢ଼ନ୍ତୁ: Student Residential School Pregnant: ମାଲକାନଗିରିରେ ଚାଞ୍ଚଲ୍ୟ: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ