ମାଲକାନଗିରି: ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଯୋଗାଣ ବିଭାଗ,ମାଲକାନାଗିରି ପୁଲିସ ଓ ଅତିରିକ୍ତ ତହସିଲଦାରଙ୍କ ଦ୍ବାରା କୋରକୋଣ୍ଡା ବ୍ଲକର ଏମଭି-୨୯ ଓ ଏମଭି-୩୦ ଗ୍ରାମରେ ଅସାଧୁ ଧାନ ବ୍ୟବସାୟୀଙ୍କୁ ଧରିବା ପାଇଁ ଏକ ମିଳିତ ଚଢାଉ କରାଯାଇଥିଲା। ଗତକାଲି ଏବଂ ଆଜି ଦୁଇଟି ଗ୍ରାମର ଦୁଇଜଣ ଅସାଧୁ ବ୍ୟବସାୟୀଙ୍କ ଘରେ ଧାନ ଗଛିତ ନେଇ ସୂଚନା ମିଳିଥିଲା।
ଆହୁରି ପଢ଼ନ୍ତୁ: Arrest: ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ଘଟଣା: ଫେରାର ଅଭିଯୁକ୍ତ ଗିରଫ
ଚଢ଼ାଉ ସମୟରେ ଏମଭି-୨୯ ଗ୍ରାମରୁ ୪୦୦ କୁଇଣ୍ଟାଲ ଓ ଏମଭି-୩୦ ଗ୍ରାମରୁ ୩୫୦ କ୍ବିଣ୍ଟାଲ ଧାନ ବେଆଇନ ଭାବେ ଗଛିତ ରଖିଥିବା ଜଣାପଡ଼ିଥିଲା। ଯାହାର ସଠିକ କାଗଜ ପତ୍ର ତଦନ୍ତ ସମୟରେ ସେମାନେ ଦେଖାଇ ପାରିନଥିଲେ। ତେଣୁ ଏହି ଅତିରିକ୍ତ ଧାନ ଯୋଗାଣ ନିରୀକ୍ଷକ ମାଲକାନଗିରିଙ୍କ ଦ୍ବାରା ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ୍ ଅନୁଯାୟୀ ଜବତ କରାଯିବା ସହ ଗୋଡାଉନ କୁ ସିଲ କରାଯାଇଥିଲା।ଏଥିସହ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଏହି ଚଢାଉ ସମୟରେ ଯୋଗାଣ ନିରୀକ୍ଷକ କୋରକୋଣ୍ଡା, ମାଲକାନଗିରି ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/19/whatsapp-image-2026-02-19-22-31-15.jpeg)