ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ଗୁରୁବାର ସକାଳେ ଏକ ଯାତ୍ରୀବାହୀ କମାଣ୍ଡର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଖାଇରିପୁଟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। ଆଜି ସକାଳେ କମାଣ୍ଡରଟି ଯାତ୍ରୀଙ୍କୁ ଧରି ମୁଦୁଲିପଡାରୁ ଖଇରିପୁଟ ଆସୁଥିବା ବେଳେ ଏପରି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ମୁଦୁଲିପଡା ପୁଲିସ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରିଛି। ତେବେ ଏଯାବତ୍ ଡ୍ରାଇଭର, ହେଲପରଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ।
ମାଲକାନଗିରି: ଯାତ୍ରୀବାହୀ କମାଣ୍ଡର ଦୁର୍ଘଟଣାଗ୍ରସ୍ତ; ୧ ମୃତ, ୧୦ ଗୁରୁତର
/sambad/media/post_attachments/wp-content/uploads/2020/11/dead-body-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)