ଘର ଭାଙ୍ଗିବା ପରେ ପରିବାର ବେସାହାରା

କାଲିମେଳା: କାଲିମେଳା ବ୍ଲକରେ ଗତ ଦିନରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବର୍ଷାରେ ଅନେକ ଘର ମାଟିରେ ମିଶି ଯାଇଛି। ବହୁ ପରିବାର ବେସାହାରା ହୋଇଯାଇଛନ୍ତି। ନାଲାଗୁଣ୍ଠି ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବହୁଳ ଇଦିକୋଣ୍ତା ଗ୍ରାମର ଅନେକ କଚ୍ଚା ଘର ଭାଙ୍ଗି ମାଟିରେ ମିଶି ଯାଇଛି। ଭୀମା ମାଡ଼କାମୀଙ୍କ ଘରେ ପାଣି ପଶିଯାଇ ଭାଙ୍ଗି ଯାଇଛି। ଘର ଭିତରେ ଥିବା ଧାନ, ଚାଉଳ ସବୁ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଯାଇଛି। ସେହି ଦିନ ଠାରୁ ପିଲାଛୁଆଙ୍କୁ ନେଇ ସେମାନେ ନିଜ ସ˚ପର୍କୀୟଙ୍କ ଘରେ ରହି ଆସୁଛନ୍ତି ବୋଲି କହିଛନ୍ତି ଆଡ଼ମେ ମାଡ଼କାମୀ। ଘର ତିଆରି କରିବାକୁ ପାଖରେ ଟଙ୍କାଟିଏ ନଥିବାରୁ ୧୦ ଦିନ ହେଲା ଭୀମା ମାଡ଼କାମୀ ଆନ୍ଧ୍ରକୁ ଦାଦନ ଖଟିବାକୁ ଚାଲିଯାଇଛି। ସେଠାରେ କିଛି କାମ କରି ଟଙ୍କା ଆଣିଲେ ଘର ତିଆରି କରିବେ ବୋଲି ସ୍ତ୍ରୀ ଆଡ଼ମେ ପ୍ରକାଶ କରିଥିଲେ। ଗରିବ ପରିବାରକୁ ସରକାର ପ୍ରଧାନମନ୍ତ୍ରୀ ଆବାସ ପରି ଅନେକ ବାସଗୃହ ଯୋଜନା କରାଯାଇଥିଲେ ମଧୢ ଅଶିକ୍ଷିତ ଗୋଟିଏ ଆଦିବାସୀ ପରିବାର ପାଇଁ ଘର ଖଣ୍ତିଏ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର